www.samajalive.in
Sunday, December 7, 2025
23.1 C
Bhubaneswar

ପୁଣି ସ୍ଥଗିତ ରହିଲା ସୁନିତାଙ୍କ ମହାକାଶ ଯାତ୍ରା

ଫ୍ଲୋରିଡା : ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନିତା ୱିଲିୟମ୍ସଙ୍କ ମହାକାଶ ଯାତ୍ରାକୁ ନାସା ପକ୍ଷରୁ ପୁଣି ସ୍ଥଗିତ ରଖାଯାଇଛି। ଫଳରେ ବୋଇଂ ଷ୍ଟାରଲାଇନର ଯାନରେ ମହାକାଶ ଯିବାକୁ ଉଦ୍ୟତ ସୁନିତାଙ୍କୁ ଦ୍ବିତୀୟ ଥର ଏହି ଅଭିଯାନରେ ନିରାଶ ହେବାକୁ ପଡିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଭାରତୀୟ ସମୟ ରବିବାର ସକାଳ ପ୍ରାୟ ୧୦ଟା ସମୟରେ ସୁନିତା ଓ ବଚ୍‌ ୱିଲମୋରଙ୍କୁ ନେଇ ମହାକାଶଯାନ ଯାତ୍ରାରମ୍ଭ କରିବ ବୋଲି ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଥିଲା। ତେବେ ଉଡାଣ ଆରମ୍ଭ ହେବାର ମାତ୍ର ୩ ମିନିଟ ପୂର୍ବରୁ ଆଟଲାସ ଭି ରକେଟରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେବାରୁ ଉଡାଣକୁ ବାତିଲ କରାଯାଇଛି। ଚଳିତବର୍ଷ ମେ’ ୭ରେ ସୁନିତା ଓ ୱିଲମୋର ବୋଇଂ ଷ୍ଟାରଲାଇନର ଯୋଗେ ମହାକାଶକୁ ଯାତ୍ରା କରିବେ ବୋଲି ସ୍ଥିର ହୋଇଥିଲା। ତେବେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ନାସା ଏହାକୁ ବାତିଲ କରିବା ସହ ପରବର୍ତ୍ତୀ ଉଡାଣ ଜୁନ ୨କୁ ଧାର୍ଯ୍ୟ କରିଥିଲା। ସୁନିତା ପୂର୍ବରୁ ଦୁଇଥର ମହାକାଶ ଯାତ୍ରା କରିସାରିଥିବାବେଳେ ୩୨୨ ଦିନ ମହାକାଶରେ ବିତାଇଛନ୍ତି। ଏଥସହିତ ସେ ୨୯ ଘଣ୍ଟା ୧୭ ମିନିଟ ମହାକାଶରେ ପଦଯାତ୍ରା କରିସାରିଛନ୍ତି।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories