ଆଠଗଡରେ ଚନ୍ଦନ ଯାତ୍ରା ଉଦ୍‌‌ଯାପିତ

ଆଠଗଡ: ଆଠଗଡ ସହରରେ ୨ଦିନ ଧରି ଚାଲିଥିବା ଚନ୍ଦନ ଯାତ୍ରା ଗୁରୁବାର ରାତିରେ ଉଦଯାପିତ ହୋଇଯାଇଛି। ଏହି ଦୁଇ ଦିନ ସନ୍ଧ୍ୟାରେ ଆରାଧ୍ୟ ପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ, ଶ୍ରୀ ରାଧାଗୋବିନ୍ଦ, ଶ୍ରୀ ରଘୁନାଥ, ଶ୍ରୀ ଯଜ୍ଞନାରାୟଣ ଓ ଶ୍ରୀ ଲକ୍ଷ୍ମୀନୃସିଂହ ଦେବଙ୍କ ଚଳନ୍ତି ପ୍ରତିମା ସୁସଜ୍ଜିତ ବିମାନରେ ଭବ୍ୟ ଶୋଭାଯାତ୍ରାରେ ସହର ପରିକ୍ରମା କରି ଗଦାସାହି ନିକଟସ୍ଥ ଭାଗୀରଥି ସାଗର ପୁଷ୍କରିଣୀ ଠାରେ ପହଞ୍ôଚଥିଲେ। ସେଠାରେ ପୂଜାର୍ଚ୍ଚନା ଓ ଚନ୍ଦନଲାଗି ଅବକାଶ ପରେ ଶ୍ରୀ ଜୀଉମାନେ ଏକ ସୁସଜ୍ଜିତ ନୌକାରେ ଉପବିଷ୍ଟ ହୋଇ ଚାପ ଖେଳିଥିଲେ।

prayash

ଏହି ଯାତ୍ରା ଦେଖିବା ପାଇଁ ସେଠାରେ ଶ୍ରଦ୍ଧାଳୁଙ୍କ ବହୁ ସମାଗମ ଦେଖିବାକୁ ମିଳିଥିଲା। ଦେବୋତ୍ତର ବିଭାଗ ଓ ଗଦାସାହି ଉନ୍ନୟନ ପରିଷଦ ପକ୍ଷରୁ ଭାଗୀରଥି ପୁଷ୍କରିଣୀ କୂଳରେ ଶ୍ରୀ ଅଟ୍ଟାଳି ଜଗନ୍ନାଥ ଭଜନ ସନ୍ଧ୍ୟା ପକ୍ଷରୁ ଭଜନ ପରିବେଷଣ ଏବଂ ଶ୍ରଦ୍ଧାଳୁଙ୍କ ପାଇଁ ପଣା ବଣ୍ଟନ ବ୍ୟବସ୍ଥା କରାଯାଇଥିଲା। ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମକୁ ଦେବୋତ୍ତର ସୁପରଭାଇଜର ଭବାନୀଶଙ୍କର ପଣ୍ଡା ଓ ଅନ୍ୟ କର୍ମଚାରୀ ପରିଚାଳନା କରିଥିଲେ।

Comments are closed.