ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ ଉପରେ ଆଲୋଚନା
ବୁର୍ଲା : ସମ୍ବଲପୁର ବିଶ୍ୱବିଦ୍ୟାଳୟର ସୁଇଟ ପ୍ରେକ୍ଷାଳୟ ଠାରେ ଏସେଟ (ଏସୋସିଏସନ ଅଫ୍ ଷ୍ଟୁଡ଼େଣ୍ଟସ୍, ଏମ୍ପ୍ଲଇଜ ଏବଂ ଟିଚର୍ସ)ର ଚେୟାରମେନ ଭବାନି ଶଙ୍କର ହୋତାଙ୍କ ସଭାପତିତ୍ୱରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଛାତ୍ର ଓ କର୍ମଚାରୀ ମାନଙ୍କର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ଗବେଷଣା ବିଶ୍ୱବିଦ୍ୟାଳୟ ପରିଣତ କରିବା ପାଇଁ ସର୍ବସମ୍ମତି କ୍ରମେ ଗୃହୀତ ଏକ ପ୍ରସ୍ତାବରେ ଦାବୀ କରାଯାଇଥିଲା। ରାଜ୍ୟ ସରକାର ଗତ ୫ ଜାନୁଆରୀ ୨୦୦୪ ମସିହାରେ ଏକ ଦିର୍ଘ ପ୍ରସ୍ତାବରେ କେନ୍ଦ୍ର ସରକାରଙ୍କ ଠାରେ ଅତିଶୀଘ୍ର ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରିଣତ କରିବାକୁ ସୁପାରିଶ କରିଥିଲେ। ଏହି ମର୍ମରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ସିଣ୍ଡିକେଟର ଏକ ପ୍ରସ୍ତାବରେ ଏହି ଦାବୀକୁ ଉତଥାପନ କରାଯାଇଥିଲା। ସଭାରେ ଉଦବୋଧନ ଦେଇ ପ୍ରଫେସର ସୂର୍ଯ୍ୟ ନାୟକ, ପ୍ରଫେସର ଇଶ୍ୱର ବୈଠାରୁ, ପ୍ରଫେସର ପ୍ରଦୀପ କୁମାର ବେହେରା, ପ୍ରଫେସର ବିକେ ମହାନ୍ତି, ସମ୍ବଲପୁର ବିଶ୍ୱବିଦ୍ୟାଳୟର କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ସତ୍ୟନାରାୟଣ କର, ଅବସରପ୍ରାପ୍ତ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ନୀଳକଣ୍ଠ ମହାପାତ୍ର, ଅବସରପ୍ରାପ୍ତ ପ୍ରଫେସର ପଣ୍ଡା ପ୍ରମୁଖ ଉଦବୋଧନ ଦେଇ ଦାବୀଗୁଡ଼ିକୁ ସମର୍ଥନ କରିଥିଲେ। ସର୍ବସମ୍ମତି କ୍ରମେ ଗୃହୀତ ପ୍ରସ୍ତାବରେ ଓ ଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରି ଆଲୋଚନା କରିବାକୁ ସ୍ତିରିକୃତ ହେଲା। ସମ୍ବଲପୁର ବିଶ୍ୱବିଦ୍ୟାଳୟର ସାମଗ୍ରୀକ ବିକାଶ ବିଷୟ ଉପରେ ଏକ ସେମିନାର ଆୟୋଜିତ କରିବାକୁ ନିଷ୍ପତ୍ତି ନିଆଗଲା। ପରିଶେଷରେ ଶ୍ରୀ ହୋତାଙ୍କ ଅଧ୍ୟକ୍ଷତାରେ ଏବଂ ପ୍ରଫେସର ବୁଲୁ ମହାରଣାଙ୍କ ଆବାହାକତତ୍ତ୍ୱରେ ୨୧ ଜଣିଆ ପରିଚାଳନା କମିଟି ଗଠନ କରାଗଲା।
Comments are closed.