www.samajalive.in
Tuesday, December 9, 2025
15.1 C
Bhubaneswar

ନାଶିକରେ ଦୁର୍ଘଟଣାର ସମ୍ମୁଖୀନ ହେଲା ବାୟୁସେନା ବିମାନ, ଅଳ୍ପକେ ରକ୍ଷା ପାଇଲେ ୨ ପାଇଲଟ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ନାଶିକ୍ ଜିଲାରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ଏହାର ୨ଜଣ ପାଇଲଟ ବାହାରକୁ ଚାଲି ଆସିଥିଲେ। ବିମାଟି ଦୁର୍ଘଟଣାଗ୍ରସ୍ତ ହୋଇ ଗୋଟିଏ ବିଲରେ ପଡ଼ିଥିଲା ଏବଂ ଖଣ୍ଡବିଖଣ୍ଡିତ ହୋଇଯାଇଥିଲା। ବାୟୁସେନାର ସୁଖୋଇ ଏସୟୁ-୩୦ ଏମକେଆଇ ଲଢ଼ୁଆ ବିମାନ ନିଶାଦ ଅଞ୍ଚଳରେ ଥିବା ଶିରସାଗାଓଁରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ବାୟୁସେନାର ସୁଖୋଇ ଏସୟୁ-୩୦ ଏମକେଆଇ ଲଢୁଆ ବିମାନ ନବୀକରଣ ଏବଂ ତାଲିମ ପାଇଁ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (ହାଲ୍)କୁ ପଠାଯାଇଥିଲା। ଏହି ଲଢୁଆ ବିମାନରେ ୨ଜଣ ପାଇଲଟ ପ୍ରଶିକ୍ଷଣ ନେଉଥିଲେ। ତେବେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲେ ମଧ୍ୟ ଏହି ବିମାନ ଚଳାଉଥିବା ୨ଜଣ ପାଇଲଟ ସୁରକ୍ଷିତ ଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ ବାୟୁସେନାର ସୁଖୋଇ ଏସୟୁ-୩୦ ଏମକେଆଇ ଲଢ଼ୁଆ ବିମାନ ଦୁର୍ଘଟଣା ସମ୍ମୁଖୀନ ହେବା ପୂର୍ବରୁ ଏଥିରେ ଥିବା ୨ଜଣ ପାଇଲଟ ବିମାନରୁ ବାହାରି ଆସିଥିଲେ, ଫଳରେ ସେମାନଙ୍କ ଜୀବନ ବଞ୍ଚିଯାଇଥିଲେ। ବାୟୁସେନାର ସୁଖୋଇ ଏସୟୁ-୩୦ ଏମକେଆଇ ଲଢ଼ୁଆ ବିମାନଟି ଏକ ବିଲରେ ଖସିପଡ଼ିଥିବା ବେଳେ ବାୟୁସେନା ପକ୍ଷରୁ ଏହି ଦୁର୍ଘଟଣାର ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଛି। ଦୁର୍ଘଟଣା ଘଟିବା ପରେ ଏହି ବିମାନର ଫଟୋ ଭାଇରାଲ ହେଉଛି ଏବଂ ଫଟୋରେ ବିମାନଟି ଖଣ୍ଡ ବିଖଣ୍ଡିତ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି। ବିମାନଟି ଦୁର୍ଘଟଣା ଘଟିବା ପରେ ଏହାର ଆଖପାଖ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories