ଅମରାବତିରେ ରାଜ୍ୟ ଅର୍ଥମନ୍ତ୍ରୀମାନଙ୍କ ସମ୍ମିଳନୀ ଆରମ୍ଭ

0

ଅମରାବତି : ଆନ୍ଧ୍ରପ୍ରଦେଶ ରାଜଧାନୀ ଅମରାବତିଠାରେ ଅର୍ଥମନ୍ତ୍ରୀଙ୍କ ସମ୍ମିଳନୀ ଆରମ୍ଭ ହୋଇଛି। ସୋମବାର ଦ୍ୱିତୀୟ ଥର ପାଇଁ ଆୟୋଜିତ ଏହି ସମ୍ମିଳନୀରେ ଆନ୍ଧ୍ର ସହିତ ଓଡ଼ିଶା, କର୍ଣ୍ଣାଟକ, କେରଳ, ସିକିମ, ମିଜୋରାମ, ମେଘାଳୟ ପ୍ରଭୃତି ୭ ରାଜ୍ୟ ରାଜ୍ୟ ଯୋଗ ଦେଇଥିବାବେଳେ ତାମିଲନାଡ଼ୁ ଓ ତେଲେଙ୍ଗାନା ଆଶ୍ଚର୍ଯ୍ୟଜନକ ଭାବେ ଅନୁପସ୍ଥିତ ରହିଛନ୍ତି। ତିରୁବନ୍ତପୁରମ୍‌ଠାରେ ପୂର୍ବରୁ ଅନୁଷ୍ଠିତ ପ୍ରଥମ ଦାକ୍ଷିଣାତ୍ୟ ରାଜ୍ୟଗୁଡ଼ିକର ଅର୍ଥମନ୍ତ୍ରୀମାନଙ୍କ ସମ୍ମିଳନୀରେ ମଧ୍ୟ ତାମିଲନାଡ଼ୁ ଓ ତେଲେଙ୍ଗାନା ସାମିଲ ହୋଇ ନଥିଲେ। ଏହାସତ୍ତ୍ୱେ ସମ୍ମିଳନୀକୁ ସର୍ବଭାରତୀୟସ୍ତରରେ ଆୟୋଜନ ପାଇଁ ଉଦ୍ୟମ କରିଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡ଼ୁ। ବିବାଦୀୟ ପଞ୍ଚଦଶ ଅର୍ଥ କମିଶନଙ୍କ ଟର୍ମ ଅଫ ରିଫରେନ୍ସ ପ୍ରସଙ୍ଗରେ ଆଲୋଚନା ପାଇଁ ଏହି ସମ୍ମିଳନୀ ଆହୂତ ହୋଇଥିବାବେଳେ ଏହା ବିରୋଧରେ ଏକ ସ୍ମାରକପତ୍ର ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି ପ୍ରସଙ୍ଗକୁ ଅନ୍ୟ କେତେକ ରାଜ୍ୟ ମଧ୍ୟ ସମର୍ଥନ କରିଛନ୍ତି।

Leave A Reply