ସୁସ୍ଥତାର ସୂତ୍ର: ୨ଟି ପେସ୍ତାବାଦାମ

0

ଗତ କିଛି ବର୍ଷ ମଧ୍ୟରେ ପେସ୍ତାବାଦାମର ବିକ୍ରି ଭାରତୀୟ ବଜାରରେ ବୃଦ୍ଧି ପାଇଛି। ବିଭିନ୍ନ ମହାନଗରୀ ଓ ନଗରୀମାନଙ୍କରେ ଥିବା ସପିଂ ମଲରୁ ଲୋକେ ମାସିକ ଭାବେ ସଉଦାରେ ପେସ୍ତାବାଦାମ କିଣୁଥିବାର ପ୍ରକାଶ। ତେବେ ପେସ୍ତାବାଦାମର ମୂଲ୍ୟ ସାମାନ୍ୟ ଅଧିକ ହୋଇଥିବାରୁ ସମସ୍ତ ବର୍ଗର ଲୋକେ ଏହି ଡ୍ରାଏଫ୍ରୁଟସ୍ କିଣି ଖାଇବା ସମ୍ଭବପର ହୋଇନଥାଏ। ଦିଲ୍ଲୀର ଫୋର୍ଟିସ୍ ହସ୍ପିଟାଲର ଖାଦ୍ୟ ବିଶେଷଜ୍ଞ ନୀନା ଆହୁଜା କହିଛନ୍ତି, ବେଶୀ ପରିମାଣରେ ନ ହେଲେ ମଧ୍ୟ ଦୈନିକ ସକାଳେ ଖାଲିପେଟରେ ୨ଟି ପେସ୍ତାବାଦାମ ଖାଇବା ଖୁବ୍ ଉପକାରୀ।

prayash

ସର୍ବେକ୍ଷଣ ଅନୁସାରେ ଗତ ୨୦ ବର୍ଷ ମଧ୍ୟରେ ଭାରତୀୟ ଶିଶୁଙ୍କ ବୁଦ୍ଧିମତ୍ତା ଓ ଦକ୍ଷତା ଅଧିକ ମାତ୍ରାରେ ବଢ଼ିଛି। ଏହାର ଶ୍ରେୟ ପେସ୍ତାବାଦାମକୁ ହିଁ ଯାଉଛି। କାରଣ ମା’ମାନେ ଏବେ ସଚେତନ ହୋଇ ନିଜ ପିଲାଙ୍କୁ ପେସ୍ତାବାଦାମ ଗୁଣ୍ଡ କିମ୍ବା ଗୋଟା ପେସ୍ତାବାଦାମ ଖୁଆଉଛନ୍ତି। ପେସ୍ତାବାଦାମ ପ୍ରତ୍ୟହ ପିଲାମାନେ ଖାଇବା ଦ୍ବାରା ସେମାନଙ୍କ ସ୍ମୃତି ଶକ୍ତି ବଢ଼ିିଥାଏ। ସେମାନଏହି ଡ୍ରାଏଫ୍ରୁଟସ୍ ଖାଇବାର ଅନ୍ୟତମ ଉତ୍ତମ ଲକ୍ଷଣ ହେଉଛି ଶରୀରରେ ଏହା ଦ୍ବାରା ଶର୍କରାର ମାତ୍ରା ନିୟନ୍ତ୍ରିତ ରୁହେ। ହୃଦରୋଗରୁ ବର୍ତ୍ତିବାକୁ ଚାହୁଁଥିବା ଲୋକେ ମଧ୍ୟ ନିୟମିତ ଭାବେ ୨ଟି ପେସ୍ତାବାଦାମ ଖାଇବା ଉପକାରୀ। ସକାଳ ଜଳଖିଆ ପୂର୍ବରୁ ପିଲାଠାରୁ ବୟସ୍କ ସମସ୍ତେ ଖାଲିପେଟରେ ୨ଟି ପେସ୍ତାବାଦାମ ଖାଇବା ସ୍ବାସ୍ଥ୍ୟ ପାଇଁ ହିତକାରୀ ବୋଲି ବିଶେଷଜ୍ଞଙ୍କ ମତ।

Leave A Reply