ଆକବର ରୋଡ ନାମ ଉପରେ ଲଗାଇଲେ ମହାରାଣା ପ୍ରତାପ ରୋଡ଼ ପୋଷ୍ଟର

0

ନୂଆଦିଲ୍ଲୀ : ରାଜଧାନୀର ପ୍ରସିଦ୍ଧ ଆକବର ରୋଡ୍‌ର ନାମ ବୁଧବାର କିଛି ସମୟ ପାଇଁ ମହାରାଣା ପ୍ରତାପ ରୋଡ ନାମରେ ନାମିତ ହୋଇଥିବା ଦେଖିବାକୁ ମିଳିଥିଲା। ଦୁର୍ବୃତ୍ତମାନେ ଆକବର ରୋଡ ଲେଖାଥିବା ଫଳକ ଉପରେ ମହାରାଣା ପ୍ରତାପ ରୋଡ ଲେଖାଥିବା ବ୍ୟାନର ଲାଗି ବିଭ୍ରାନ୍ତି ସୃଷ୍ଟି କରିଥିଲେ। କିଛି ଘଣ୍ଟା ପରେ ପୁଲିସ ଏହି ବ୍ୟାନରକୁ ହଟାଇଥିଲା। ଉଲ୍ଲେଖଯୋଗ୍ୟ ଯେ ୨୦୧୬ରେ ଜନୈକ ବିଜେପି ନେତା ଆକବର ରୋଡ୍‌ର ନାମ ପରିବର୍ତ୍ତନ କରି ମହାରାଣା ପ୍ରତାପ ମାର୍ଗ ରଖିବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ; ଯାହା ଗୃହୀତ ହୋଇ ନାହିଁ। ବୁଧବାର ରାଣା ପ୍ରତାପଙ୍କର ଜନ୍ମଦିନ ଥିବାରୁ ଏପରି ବଦମାସୀ କରାଯାଇଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ ଏହି ଅଞ୍ଚଳରେ କଂଗ୍ରେସ ଦଳର ମୁଖ୍ୟାଳୟ ସହିତ ବହୁ ବିଶିଷ୍ଟ ବ୍ୟକ୍ତବିଶେଷଙ୍କ ବାସଭବନ ରହିଛି। ୨୦୧୫ରେ ସରକାର ଆକବରଙ୍କ ଅଣନାତି ଔରଙ୍ଗଜେବଙ୍କ ନାମରେ ଥିବା ରାସ୍ତାର ନାମ ପରିବର୍ତ୍ତନ କରି ଡଃ ଏପିଜେ ଅବଦୁଲ କଲାମ ରୋଡ ରଖିଥିଲେ। ଏହାଛଡ଼ା ରେସ୍‌କୋର୍ସ ରାଡ୍‌ର ନାମ ବଦଳାଯାଇ ଲୋକ କଲ୍ୟାଣ ମାର୍ଗ ରଖାଯାଇଥିଲା। ସେତେବେଳେ କେନ୍ଦ୍ରମନ୍ତ୍ରୀ ଭି.କେ ସିଂହ ଆକବର ରୋଡ୍‌ର ନାମପରିବର୍ତ୍ତନ କରିବାକୁ ପ୍ରସ୍ତାବ ରଖିଥିଲେ।

Leave A Reply