ଜନ୍ମମାଟିରେ ଆଚାର୍ଯ୍ୟ ହରିହରଙ୍କ ଜୟନ୍ତୀ ପାଳିତ
ସୁଆଣ୍ଡୋ : ସତ୍ୟବାଦୀ ଯୁଗର ଅନ୍ୟତମ ଶଖା ଆଚାର୍ଯ୍ୟ ହରିହରଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ଜନ୍ମମାଟି ଶ୍ରୀରାମଚନ୍ଦ୍ରପୁର ଶାସନରେ ସୋମବାର ପାଳିତ କରାଯାଇଛି । ରାଜ୍ୟ ସାହିତ୍ୟ ଏକାଡେମୀ ଓ ଆଚାର୍ଯ୍ୟ ଯୁବ ପରିଷଦ ମିଳିତ ଆନୁକୂଲ୍ୟରେ ଆଚାର୍ଯ୍ୟ ହରିହରଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳନ କରାଯାଇ ଥିଲା । ଏହି ଅବସରରେ ଆୟୋଜିତ ସାରସ୍ୱତ ସଭାକୁ ସାହିତ୍ୟିକ ପୂର୍ଣ୍ଣେନ୍ଦୁ କୁମାର ଦାସ ଉଦଘାଟନ କରିଥିଲେ ।
ପ୍ରଥମେ ଆଚାର୍ଯ୍ୟ ହରିହରଙ୍କ ଫଟୋଚିତ୍ରରେ ଅତିଥିମାନେ ଧୂପ ଦୀପ ଦେଇ ମାଲ୍ୟାର୍ପଣ କରିଥିଲେ। ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଚାର୍ଯ୍ୟ ହରିହର କର୍ମ ଯଜ୍ଞକୁ ଜୀବନର ବ୍ରତ ଭାବେ ଗ୍ରହଣ କରି ନେଇଥିଲେ । ଧନରେମାନରେ କି ନିନ୍ଦା ପ୍ରଶଂସାକୁ ଗ୍ରହଣ ନକରି ସେ ତାଙ୍କର କର୍ମ ପଥରେ ସେ ସ୍ଥିର ଅବିଚଳିତ ରହିଆସିଥିଲେ ବୋଲି ମୁଖ୍ଅୟତିଥି ପ୍ରଫେସର ଉପେନ୍ଦ୍ର ପ୍ରସାଦ ନାୟକ ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥି ଭାବେ ସାହିତ୍ୟିକ ତ୍ରିନାଥ ହୋତା ଯୋଗଦାନ କରିଥିଲେ । ମୁଖ୍ୟ ବକ୍ତା ସାହିତ୍ଯିକ ରବୀପଣ୍ଡା ଯୋଗଦାନ କରି ଆଚାର୍ଯ୍ୟ ମହାଶୟ ୧୯୧୨ ମସିହାରେ ସତ୍ଯବାଦୀ ବନବିଦ୍ୟାଳୟରେ ଶିକ୍ଷକ ଭାବେ ଯୋଗଦେଇ ଥିଲେ ।
ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରେରଣାରେ ସ୍ୱାଧୀନତା ଆନ୍ଦୋଳନ ରେ ଯୋଗଦାନ କରି ବାରମ୍ବାର କାରାବରଣ, ଭାରତଛାଡ଼ ଆନ୍ଦୋଳନ ରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ। ସ୍ୱାଧୀନତା ହାସଲ ପରେ ଭୂଦାନ ଆନ୍ଦୋଳନ ରେ ଅଂଶ ଗ୍ରହଣ କରି ଦୀର୍ଘ ପଦଯାତ୍ରା କରିଥିଲେ । ଶେଷ ଜୀବନ ରଚନାତ୍ମକ କାର୍ଯ୍ୟରେ ନିଜକୁ ନିୟୋଜିତ କରି ଅକ୍ଷୟ କୀର୍ତ୍ତି ଓ କ୍ରୁତି ରଖିଦେଇ ଯାଇଛନ୍ତି ବୋଲି କହିଥିଲେ। ଶିକ୍ଷାବିତ ସତ୍ଯବାଦୀ ଦାଶ ସଭାରେ ଅଧ୍ଯକ୍ଷତା କରିଥିଲେ ।
ପ୍ରଫେସର ବ୍ରୁନ୍ଦାବନ ଚନ୍ଦ୍ର ରଥ, ଶିକ୍ଷୟତ୍ରୀ ପ୍ରତିମା ରାଣୀ ମିଶ୍ର ତ୍ରିପାଠୀ ଆଚାର୍ଯ୍ୟ ଯୁବ ପରିଷଦ ସଭାପତି ଅଜିତ କୁମାର ନନ୍ଦ ଉପସ୍ଥିତ ରହିଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଆଚାର୍ଯ୍ୟ ହରିହର ଯୁବ ପରିଷଦ ସମ୍ପାଦକ ମାନସ ତ୍ରିପାଠୀ ଧନ୍ଯବାଦ ଅର୍ପଣ କରିଥିଲେ । କବି ସମ୍ମିଳନୀ ଓ ଛାତ୍ରଛାତ୍ରୀଙ୍କ ମଧ୍ଯରେ ଅନୁଷ୍ଠିତ ପ୍ରତିଯୋଗିତା କୁ କବି ରବୀନ୍ଦ୍ରନାଥ ଷଢଙ୍ଗୀ ପରିଚାଳନା କରିଥିଲେ । ଏହି ସାରସ୍ୱତ ସଭାରେ କବି କବୟତ୍ରୀ ବୁଦ୍ଧିଜୀବୀ ଓ ଗ୍ରାମବାସୀ ଉପସ୍ଥିତ ରହିଥିଲେ । ପ୍ରମୋଦ କୁମାର ନନ୍ଦ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।
Comments are closed.