ଦିଲ୍ଲୀ: ଦୁଇଟି ବସ୍‌ ମଧ୍ୟରେ କାର ଫସି ଯିବାରୁ ମହିଳାଙ୍କ ସମେତ ଯୁବକ ମୃତ

0

ନୂଆଦିଲ୍ଲୀ: ଦୁଇଟି ବସ୍‌ ମଧ୍ୟରେ କାର ଚାପି ହୋଇଯିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତକମାନେ ସମ୍ପର୍କୀୟ । ଜଣେ ଜେଜେମାଆ ହୋଇଥିବା ବେଳେ ଅନ୍ୟ ଜଣଙ୍କ ନାତି । ଲୀଳାବତୀ ଗର୍ବ (୭୮ ବର୍ଷ) ଓ ତାଙ୍କର ନାତି ଅମିତ ଗର୍ଗ(୩୧ ବର୍ଷ) କାରରେ ଏକ କାମରେ ଯାତ୍ରା କରୁଥିଲେ । ଏକ ମୋଡ ନିକଟରେ ଗୋଟିଏ ଡିଟିଏସ୍‌ ବସ ଯାଉଥିବା ବେଳେ ପଛ ପାଖରୁ ଏକ କ୍ଲଷ୍ଟର ବସ୍‌ ତାଙ୍କ କାର କୁ ଧକ୍କା ଦେଇଥିଲା ।  ଏତେ ଜୋରରେ ଧକ୍କା ହୋଇଥିଲା ଯେ ବସ୍ ଦୁଇଟି ମଧ୍ୟରେ କାର ଟି  ସମ୍ପୂର୍ଣ୍ଣ ଚାପି ହୋଇଯାଇଥିଲା । ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା । ଲୋକମାନେ ଗୋଟିଏ ବସ୍‌ର ଡ୍ରାଇଭରକୁ ଧରି ପଲିସକୁ ହସ୍ତାନ୍ତର କରିଥିବା ବେଳେ ଆଉ ଗୋଟିଏ ବସ୍‌ରର ଡ୍ରାଇଭର୍‌ ଘଟଣାସ୍ଥଳରୁ ଫେରା ହୋଇଯାଇଥିଲା ।

Leave A Reply