ଏ.ସି. ପରେ ଏବେ କୁଲରକୁ ନିୟନ୍ତ୍ରିତ କରିବ ସ୍ମାର୍ଟଫୋନ

0

ଗରମର ପ୍ରକୋପରୁ ବଞ୍ଚିବା ପାଇଁ ଲୋକେ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର କିମ୍ବା କୁଲର୍ କିଣିବାକୁ ପସନ୍ଦ କରୁଛନ୍ତି। ବଜାରରେ ଏବେ ଉଚ୍ଚକ୍ଷମତାସମ୍ପନ୍ନ ଏ.ସି. ମିଳୁଛି। ତେବେ ସାଧାରଣ ବର୍ଗର ଲୋକେ ଏ.ସି. ବଦଳରେ ବରଂ କୁଲର୍ କିଣିପାରିବେ। କାରଣ ଏହା ମଧ୍ୟ କକ୍ଷକୁ ଯଥେଷ୍ଟ ମାତ୍ରାରେ ଥଣ୍ଡା ରଖିପାରେ।

prayash

ନିକଟରେ ଏକ ଭାରତୀୟ କମ୍ପାନୀ ଉଚ୍ଚକ୍ଷମତା ସମ୍ପନ୍ନ କୁଲରର ବଜାର ପ୍ରବେଶ କରାଇଛି। ସ୍ମାର୍ଟଫୋନ୍ ସହାୟତାରେ ନିୟନ୍ତ୍ରିତ ହେଉଥିବା ଏହି କୁଲର ୱାଇଫାଇରେ ମଧ୍ୟ କାମ କରିପାରିବ। ଆପଣ ଘରେ ଥାଆନ୍ତୁ କିମ୍ବା ବାହାରେ, ଏହି କୁଲରର ଗତି ଓ ବେଗ ବଢ଼ାଇ ପାରିବେ। କମ୍ପାନୀ ଏହି କୁଲର ନିମିତ୍ତ ବିଶେଷ ଆପ୍ଲିକେସନ୍ ମଧ୍ୟ ତିଆରି କରିଛନ୍ତି।

ଘର ଭିତରର ତାପମାତ୍ରା ଅନୁସାରେ କୁଲରର ତାପମାତ୍ରା କେତେ ରହିବା ଆବଶ୍ୟକ, ସେସବୁର ନିର୍ଦେଶ ସ୍ମାର୍ଟଫୋନ୍ ଜରିଆରେ ମିଳିପାରିବ। ଏହି କୁଲରର ମୂଲ୍ୟ ୧୫,୯୯୯ ଟଙ୍କା ଧାର୍ୟ୍ୟ ହୋଇଛି।

Leave A Reply