www.samajalive.in
Saturday, December 6, 2025
15.1 C
Bhubaneswar

ଇଡି ଓ ସିବିଆଇ ବିଜେପିର ଦଳୀୟ ଗୁଣ୍ଡା – ଦିଲ୍ଲୀ ମନ୍ତ୍ରୀ ଆତିଶୀ

ଡେସ୍କ: ଦିଲ୍ଲୀ ଜଳ ବୋର୍ଡ ସହ ଜଡ଼ିତ ଏକ ନକଲି ମାମଲାର ତଦନ୍ତରେ ହାଜର ହେବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ନୂଆ ସମନ୍ ପଠାଇଛି ବୋଲି ବରିଷ୍ଠ ଆପ୍ ନେତା ତଥା ଦିଲ୍ଲୀ ମନ୍ତ୍ରୀ ଆତିଶୀ ରବିବାର କହିଛନ୍ତି।

ଆଇସଲ୍ୟାଣ୍ଡରେ ଆଗ୍ନେୟଗିରି ବିସ୍ଫୋରଣ, ଜରୁରୀକାଳୀନ ପରିସ୍ଥିତି ଘୋଷଣା

- Advertisement -

ଏହି ଡିଜେବି (ଦିଲ୍ଲୀ ଜଳ ବୋର୍ଡ) ମାମଲା କ’ଣ ତାହା କେହି ଜାଣନ୍ତି ନାହିଁ। କେଜ୍ରିୱାଲଙ୍କୁ ଯେକୌଣସି ପ୍ରକାରେ ଗିରଫ କରିବା ଏବଂ ତାଙ୍କୁ ଲୋକସଭା ନିର୍ବାଚନ ପ୍ରଚାରରୁ ରୋକିବା ପାଇଁ ଏହା ଏକ ବ୍ୟାକଅପ୍ ଯୋଜନା ବୋଲି ସେ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି।

ଅବକାରୀ ନୀତି ଓ ଜଳବୋର୍ଡ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ପୃଥକ୍ ସମନ

ଶନିବାର ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବାର କିଛି ଘଣ୍ଟା ପରେ କେଜ୍ରିୱାଲଙ୍କୁ ଆସନ୍ତା ସପ୍ତାହରେ ହାଜର ହେବାକୁ ଦୁଇଟି ସମନ ମିଳିଥିଲା ବୋଲି ଆତିଶୀ କହିଛନ୍ତି। ସେଥିମଧ୍ୟରୁ ଗୋଟିଏ ଅବକାରୀ ନୀତି ମାମଲା ସହ ଜଡ଼ିତ ଏବଂ ଅନ୍ୟଟି ଡିଜେବି ସହ ଜଡ଼ିତ ବୋଲି ସେ କହିଛନ୍ତି।

ଟ୍ବେଣ୍ଟି୨୦ ବିଶ୍ବକପରୁ ବିରାଟଙ୍କୁ ବାଦ୍‌ ଦେବା ଅସମ୍ଭବ: ଶ୍ରୀକାନ୍ତ

ଆପ୍ ନେତା ଅଭିଯୋଗ କରିଛନ୍ତି ଯେ ରାଜନୈତିକ ବିରୋଧୀଙ୍କୁ ସମାପ୍ତ କରିବା ପାଇଁ ବିଜେପି ଇଡି ଏବଂ ସିବିଆଇକୁ ନିଜର ଗୁଣ୍ଡା ଭାବରେ ବ୍ୟବହାର କରୁଛି। ଏନେଇ ଇଡି ଓ ସିବିଆଇ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଡିଜେବିରେ ଅନିୟମିତତା ଅଭିଯୋଗରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ମାର୍ଚ୍ଚ ୧୮ରେ ପଚରାଉଚରା ପାଇଁ ସମନ କରିଛି। ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ତଥା ୫୫ ବର୍ଷୀୟ ରାଜନେତାଙ୍କୁ ମନି ଲଣ୍ଡରିଂ ନିରୋଧୀ ଆଇନ ଅନୁଯାୟୀ ଏହା ଦ୍ବିତୀୟ ମାମଲା ଭାବେ ଦାୟର କରାଯାଇଛି।

ଦ୍ରୁତ ଗତିରେ ଅଭିବୃଦ୍ଧି ଜାରି ରଖିବ ଭାରତ – ପ୍ରଧାନମନ୍ତ୍ରୀ

ଦିଲ୍ଲୀ ଅବକାରୀ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପଚରାଉଚରା ପାଇଁ ତାଙ୍କୁ ନୋଟିସ ଜାରି କରାଯାଇଛି। କେଜ୍ରିୱାଲ ଏହି ମାମଲାରେ ଏପର୍ଯ୍ୟନ୍ତ ୮ଟି ସମନକୁ ବେଆଇନ ବୋଲି ଦର୍ଶାଇ ବାଦ୍ ଦେଇଛନ୍ତି। ଏହି ମାମଲାରେ ଶନିବାର ଦିଲ୍ଲୀର ଏକ ଅଦାଲତ ତାଙ୍କୁ ଆଗୁଆ ଜାମିନ ପ୍ରଦାନ କରିଛନ୍ତି।

ମହିଳା ପ୍ରିମିୟର ଲିଗ୍: ଆଜି ରୟାଲ ଚ୍ୟାଲେଞ୍ଜର୍ସ – ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଫାଇନାଲ

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories