ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଦୁଇଟି ସମନ। ଅବକାରୀ ନୀତି ଓ ଜଳବୋର୍ଡ ମାମଲାରେ ପୃଥକ୍ ସମନ ହୋଇଛି। ଅବକାରୀ ମାମଲାରେ ନବମ ଲାଗି ସମନ ଜାରି ହୋଇଥିବାବେଳେ ମାର୍ଚ୍ଚ ୨୧ ତାରିଖରେ ହାଜର ହେବାକୁ ନୋଟିସ୍ ହୋଇଛି। ଜଳ ବୋର୍ଡ ମାମଲାରେ ସୋମବାର ହାଜର ହେବାକୁ ନୋଟିସ୍ ହୋଇଛି । ସେପଟେ ଅବକାରୀ ନୀତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଇଡିର ସମନକୁ ଅମାନ୍ୟ କରିଥିବାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ ନ କରିବା ପାଇଁ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାରତୀୟ ପିଙ୍ଗଳ ପ୍ରୋସିଜର କୋଡର ଧାରା ୧୭୪କୁ ଅବମାନନା କରିଥିଲେ। ଏହି ଧାରା କୌଣସି ବ୍ୟକ୍ତି କିମ୍ବା ଏଜେଣ୍ଟଙ୍କ ଦ୍ୱାରା ଆଇନଗତ ଆଦେଶକୁ ଅବମାନନା କରିବା ସହିତ ଜଡିତ।
ଅବକାରୀ ନୀତି ଓ ଜଳବୋର୍ଡ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ପୃଥକ୍ ସମନ
Popular Categories



