www.samajalive.in
Friday, December 5, 2025
20.1 C
Bhubaneswar

ଟ୍ବେଣ୍ଟି୨୦ ବିଶ୍ବକପରୁ ବିରାଟଙ୍କୁ ବାଦ୍‌ ଦେବା ଅସମ୍ଭବ: ଶ୍ରୀକାନ୍ତ

ନୂଆଦିଲ୍ଲୀ: ଟ୍ବେଣ୍ଟି୨୦ ବିଶ୍ବକପ୍‌ ଦଳରୁ ବିରାଟ କୋହଲିଙ୍କୁ ବାଦ୍‌ ଦିଆଯିବ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ଉକ୍ତ ଚର୍ଚ୍ଚା ପରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି। ୨୦ ବିଶ୍ବକପରୁ ବିରାଟଙ୍କୁ ବାଦ୍‌ ଦେବା ଏତେ ସହଜ ନୁହେଁ ବୋଲି କ୍ରିକେଟ ପଣ୍ଡିତମାନେ କହିଛନ୍ତି। ବିରାଟ କୋହଲି ଟ୍ବେଣ୍ଟି୨୦ ବିଶ୍ବକପ ଦଳରୁ ବାଦ୍‌ ପଡ଼ିବା ଅସମ୍ଭବ। ସେ ବର୍ତ୍ତମାନ ଯେଉଁଭଳି ଫର୍ମରେ ରହିଛନ୍ତି ତାଙ୍କୁ ବାଦ୍‌ ଦିଆଯିବାର ଟିକିଏ ହେଲେ ସମ୍ଭାବନା ନାହିଁ ବୋଲି ଭାରତୀୟ ସିନିୟର ପୁରୁଷ କ୍ରିକେଟ ଦଳର ପୂର୍ବତନ ଓପନର ତଥା ମନୋନୟନକାରୀ କ୍ରିଷ୍ଣମଚାରି ଶ୍ରୀକାନ୍ତ କହିଛନ୍ତି। ବିରାଟ ଟ୍ବେଣ୍ଟି୨୦ ବିଶ୍ବକପରୁ ବାଦ୍‌ ପଡ଼ିବା ନେଇ ଚର୍ଚ୍ଚା ଏକ ଗୁଜବ। ରୋହିତ ଶର୍ମା ଟ୍ବେଣ୍ଟି୨୦ ବିଶ୍ବକପରେ ଅଧିନାୟକ ଦାୟିତ୍ବ ତୁଲାଇବା ନେଇ ବିସିସିଆଇ ସମ୍ପାଦକ ଜୟ ଶାହ ସ୍ପଷ୍ଟ କରିଛନ୍ତି। ଭାରତ ୨୦୧୩ ପରଠାରୁ କୌଣସି ଆଇସିସି ଟ୍ରଫି ଜିତିନାହିଁ। ୨୦୨୪ ଟ୍ବେଣ୍ଟି୨୦ ବିଶ୍ବକପ ଭାରତ ପାଇଁ ବଡ଼ ସୁଯୋଗ ରହିଛି। ରୋହିତ ଓ ବିରାଟ ଉକ୍ତ ବିଶ୍ବକପରେ ଭାରତ ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରି​ବେ ବୋଲି ଶ୍ରୀକାନ୍ତ କହିଛନ୍ତି। ୨୦୨୨ ଟ୍ବେଣ୍ଟି୨୦ ବିଶ୍ବକପରେ ବିରାଟ ୨୯୬ରନ କରିବା ସହିତ ମ୍ୟାନ ଅଫ ଦି ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଥିଲେ। ୨୦୨୪ ଟ୍ବେଣ୍ଟି୨୦ ବିଶ୍ବକପ ଦଳରେ ବିରାଟ ବାଦ୍‌ ପଡ଼ିବା ଅସମ୍ଭବ ବୋଲି ଶ୍ରୀକାନ୍ତ କହିଛନ୍ତି।ଇଂଲଣ୍ଡ ବିପକ୍ଷ ଟେଷ୍ଟ ଶୃଙ୍ଖଳାରେ ବିଶ୍ରାମ ନେଇଥିବା ବିରାଟଙ୍କ ପାଇଁ ଆଇପିଏଲ ଏବେ ଟ୍ବେଣ୍ଟି୨୦ ବିଶ୍ବକପ ପ୍ରସ୍ତୁତିରେ ସହାୟକ ହେବ। ସେ ଏବେ ଚମତ୍କାର ଫର୍ମରେ ରହିଛନ୍ତି। ୱେଷ୍ଟଇଣ୍ଡିଜ୍‌ ଓ ଆମେରିକା ପିଚରେ ଭଲ ପ୍ରଦର୍ଶନ କରିବା ନେଇ ସେ ସକ୍ଷମ ହେବେ ବୋଲି ଶ୍ରୀକାନ୍ତ କହିଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories