www.samajalive.in
Saturday, December 6, 2025
16.1 C
Bhubaneswar

‘ଯୋଦ୍ଧା’ ବକ୍ସ ଅଫିସ ରିପୋର୍ଟ; ୨ୟ ଦିନରେ ବଢିଲା ଆୟ

ମୁମ୍ବଇ: ପ୍ରାୟ ଦୁଇ ବର୍ଷ ପରେ ‘ଯୋଦ୍ଧା’ ସହ ପରଦାକୁ ଫେରିଛନ୍ତି ସିଦ୍ଧାର୍ଥ ମାଲହୋତ୍ରା। ଅଭିନେତାଙ୍କ ଶେଷ ଚଳଚ୍ଚିତ୍ର ଥିଲା ‘ଥ୍ୟାଙ୍କ୍‌ ଗଡ୍‌’, ଯାହା ଫ୍ଲପ୍ ହୋଇଥିଲା। କିନ୍ତୁ ଏବେ ‘ଯୋଦ୍ଧା’କୁ ନେଇ ପ୍ରଶଂସକଙ୍କ ଆଶା ବଢିଛି। କାରଣ ଏଥିରେ ସେ ‘ଶେରଶାହ’ ଅବତାରରେ ନଜର ଆସିଛନ୍ତି, ଯାହା ପାଇଁ କି ସେ ଜଣାଶୁଣା। ତେବେ ପ୍ରଥମ ଦିନରେ ‘ଯୋଦ୍ଧା’ ବକ୍ସ ଅଫିସ୍‌ରେ ଏତେଟା କମାଲ୍‌ ଦେଖାଇ ପାରିନଥିଲା। କିନ୍ତୁ ଦ୍ୱିତୀୟ ଦିନରେ ଏହାର ଆୟରେ ବୃଦ୍ଧି ପରିଲକ୍ଷିତ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ‘ଯୋଦ୍ଧା’ ଦ୍ବିତୀୟ ଦିନରେ ୫.୭୫ କୋଟି ଟଙ୍କାର ଆୟ କରିଛି, ଯାହା ପ୍ରଥମ ଦିନରେ ମାତ୍ର ୪.୧ କୋଟି ଥିଲା। ଭାରତରେ ଏହାର ଦୁଇ ଦିନର ମୋଟ୍‌ ଆୟ ୯.୮୫ କୋଟିରେ ପହଞ୍ଚିଛି। ଅପରପକ୍ଷେ, ବିଶ୍ବବ୍ୟାପୀ ଆୟ ୧୨ କୋଟିରେ ପହଞ୍ଚିଛି।

- Advertisement -

ସୂଚନାଯୋଗ୍ୟ, ‘ଯୋଦ୍ଧା’ରେ ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହ ରୋନିତ୍‌ ରାୟ, ସନି ହିନ୍ଦୁଜା, ରାଶି ଖନ୍ନା ଓ ଦିଶା ପଟାନୀ ପ୍ରମୁଖ କଳାକାର ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories