www.samajalive.in
Monday, December 8, 2025
27.1 C
Bhubaneswar

ଗୁଜୁରାଟ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ନମାଜ ପଢ଼ିବାରୁ ଆକ୍ରମଣ, ୨ ହସ୍ପିଟାଲରେ ଭର୍ତ୍ତି

ଡେସ୍କ: ଅହମ୍ମଦାବାଦସ୍ଥିତ ଗୁଜୁରାଟ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ନମାଜ ପାଠ କରୁଥିବାରୁ ବିଭିନ୍ନ ଦେଶରୁ ଆସିଥିବା ଛାତ୍ରଛାତ୍ରୀଙ୍କୁ କିଛି ବ୍ୟକ୍ତି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଶନିବାର ରାତିରେ ଘଟିଥିବା ଏହି ଘଟଣା ପରେ ଶ୍ରୀଲଙ୍କାର ଜଣେ ଏବଂ ତାଜିକିସ୍ତାନର ଅନ୍ୟ ଜଣେ ଛାତ୍ରଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

‘ଯୋଦ୍ଧା’ ବକ୍ସ ଅଫିସ ରିପୋର୍ଟ; ୨ୟ ଦିନରେ ବଢିଲା ଆୟ

- Advertisement -

୨୦ରୁ ୨୫ ଜଣଙ୍କ ବିରୋଧରେ ଏତଲା ରୁଜୁ କରାଯିବା ସହ ଘଟଣାର ତଦନ୍ତ ପାଇଁ ସୁରକ୍ଷାକର୍ମୀଙ୍କ ୯ଟି ଟିମ୍ ଗଠନ କରାଯାଇଛି ବୋଲି ପୁଲିସ କମିସନର ଜିଏସ୍ ମଲ୍ଲିକ କହିଛନ୍ତି।

ଇଡି ଓ ସିବିଆଇ ବିଜେପିର ଦଳୀୟ ଗୁଣ୍ଡା – ଦିଲ୍ଲୀ ମନ୍ତ୍ରୀ ଆତିଶୀ

ଶନିବାର ରାତି ପ୍ରାୟ ୧୦ଟା ୫୦ ମିନିଟରେ ପ୍ରାୟ ଦୁଇ ଡଜନ ଲୋକ ଗୁଜୁରାଟ ବିଶ୍ୱବିଦ୍ୟାଳୟର ହଷ୍ଟେଲ ଭିତରକୁ ପଶି ଆଫଗାନିସ୍ତାନ, ଉଜବେକିସ୍ତାନ ଏବଂ ଅନ୍ୟାନ୍ୟ ଦେଶର ଛାତ୍ରଛାତ୍ରୀ ଯେଉଁଠାରେ ରହୁଥିଲେ ସେଠାରେ ନମାଜ ପାଠ କରିବାକୁ ଆପତ୍ତି ଉଠାଇଥିଲେ। ଗୁଜରାଟ ବିଶ୍ୱବିଦ୍ୟାଳୟରେ ଆଫଗାନିସ୍ତାନ, ତାଜିକିସ୍ତାନ, ଶ୍ରୀଲଙ୍କା ଏବଂ ଆଫ୍ରିକାର ବିଭିନ୍ନ ଦେଶରୁ ପ୍ରାୟ ୩୦୦ ଅନ୍ତର୍ଜାତୀୟ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ଏହି ଘଟଣା ଘଟିଥିବା ବିଶ୍ୱବିଦ୍ୟାଳୟର ଏ-ବ୍ଲକ ହଷ୍ଟେଲରେ ପ୍ରାୟ ୭୫ ଜଣ ଅନ୍ତର୍ଜାତୀୟ ଛାତ୍ର ରହୁଛନ୍ତି।

ଆଇସଲ୍ୟାଣ୍ଡରେ ଆଗ୍ନେୟଗିରି ବିସ୍ଫୋରଣ, ଜରୁରୀକାଳୀନ ପରିସ୍ଥିତି ଘୋଷଣା

ହଷ୍ଟେଲ ପରିସରରେ ପ୍ରାୟ ୨୦ରୁ ୨୫ ଜଣ ଲୋକ ପ୍ରବେଶ କରି ସେଠାରେ ଅନ୍ତର୍ଜାତୀୟ ଛାତ୍ରଛାତ୍ରୀଙ୍କୁ ସେଠାରେ ନମାଜ ନ ପଢ଼ି, ମସଜିଦରେ ନମାଜ ପଢ଼ିବାକୁ କହିଥିଲେ। ଏହାକୁ ନେଇ ସେମାନେ ଯୁକ୍ତିତର୍କ କରିବା ସହ ସେମାନଙ୍କୁ ମାଡ଼ ମାରିଥିଲେ ଓ ପଥର ଫିଙ୍ଗିଥିଲେ ବୋଲି ମଲ୍ଲିକ କହିଛନ୍ତି।

ରାତି ୧୦ଟା ୫୧ରେ କଣ୍ଟ୍ରୋଲ ରୁମକୁ ଫୋନ୍ କରିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦୁଇ ଜଣ ଛାତ୍ର (ଜଣେ ଶ୍ରୀଲଙ୍କାର ଏବଂ ଅନ୍ୟ ଜଣେ ତାଜିକିସ୍ତାନର) ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ୨୦ରୁ ୨୫ ଜଣଙ୍କ ବିରୋଧରେ ଏତଲା ରୁଜୁ କରାଯାଇଛି ଏବଂ ସେମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ମଲ୍ଲିକ କହିଛନ୍ତି।

ଦ୍ରୁତ ଗତିରେ ଅଭିବୃଦ୍ଧି ଜାରି ରଖିବ ଭାରତ – ପ୍ରଧାନମନ୍ତ୍ରୀ

ଏହି ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚର ୪ଟି ଓ ଡିସିପିଙ୍କ ଅଧୀନରେ ସ୍ଥାନୀୟ ପୁଲିସର ୫ଟି ସମେତ ୯ଟି ଟିମ୍ ଗଠନ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ସମସ୍ତଙ୍କୁ ଗିରଫ କରାଯିବ ଏବଂ ଯୁଗ୍ମ ପୋଲିସ କମିଶନର (କ୍ରାଇମ) ଏହି ମାମଲାର ତଦାରଖ କରିବେ ବୋଲି ଅଧିକାରୀ ଜଣକ କହିଛନ୍ତି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories