www.samajalive.in
Saturday, December 6, 2025
15.1 C
Bhubaneswar

ଦ୍ରୁତ ଗତିରେ ଅଭିବୃଦ୍ଧି ଜାରି ରଖିବ ଭାରତ – ପ୍ରଧାନମନ୍ତ୍ରୀ

ଡେସ୍କ: ସମଗ୍ର ବିଶ୍ୱ ଅନିଶ୍ଚିତତା ଭିତରେ ଫସି ରହିଥିଲେ ମଧ୍ୟ ଭାରତ ଦ୍ରୁତ ଗତିରେ ଅଭିବୃଦ୍ଧି ଜାରି ରଖିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଗତକାଲି ଦିଲ୍ଲୀରେ ଆୟୋଜିତ ଇଣ୍ଡିଆ ଟୁଡେ କନକ୍ଲେଭରେ ଯୋଗଦେଇ ସେ କହିଛନ୍ତି ଯେ ସମଗ୍ର ଦେଶ ଚାହୁଁଛି ଯେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେଉ। ଶ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ ସେ ଖବରରେ ରହିବାରେ ବିଶ୍ୱାସ କରନ୍ତି ନାହିଁ, ବରଂ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ସମ୍ପନ୍ନ କରିବାରେ ବିଶ୍ୱାସ କରନ୍ତି।

ମହିଳା ପ୍ରିମିୟର ଲିଗ୍: ଆଜି ରୟାଲ ଚ୍ୟାଲେଞ୍ଜର୍ସ – ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଫାଇନାଲ

- Advertisement -

ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୧୪ ପୂର୍ବରୁ ଦେଶରେ ପଞ୍ଜୀକୃତ ଷ୍ଟାର୍ଟଅପ୍ ସଂଖ୍ୟା ମାତ୍ର କିଛି ଶହ ଥିଲା, କିନ୍ତୁ ଆଜି ଏହି ସଂଖ୍ୟା ପ୍ରାୟ ୧.୨୫ ଲକ୍ଷ ରହିଛି। ସେ କହିଛନ୍ତି ଯେ ଭାରତର ଷ୍ଟାର୍ଟଅପ୍ ବିପ୍ଳବ ଏତେ ବଡ଼ ଯେ ଷ୍ଟାର୍ଟ ଅପ୍ ଏବେ ଦେଶର ୬୦୦ରୁ ଅଧିକ ଜିଲ୍ଲା ଅର୍ଥାତ୍ ଦେଶର ପ୍ରାୟ ୯୦ ପ୍ରତିଶତ ଅଞ୍ଚଳରେ କାମ କରୁଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ଟାୟାର ୨ ଏବଂ ଟାୟର ୩ ସହରର ଯୁବକମାନେ ଷ୍ଟାର୍ଟଅପ୍ ବିପ୍ଳବର ନେତୃତ୍ୱ ନେଉଛନ୍ତି ଏବଂ ଛୋଟ ସହରଗୁଡ଼ିକର ଯୁବକମାନଙ୍କର ଚମତ୍କାର ସଫଳତା ଭାରତର ଷ୍ଟାର୍ଟଅପ୍ ବିପ୍ଳବକୁ ପ୍ରୋତ୍ସାହିତ କରୁଛି।

ଅପହୃତ ଜାହାଜରୁ ୧୭ କ୍ରୁ ସଦସ୍ୟଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା, ୩୫ ସୋମାଲି ଡକାୟତ ଗିରଫ

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଗ୍ରାମୀଣ ମହିଳାମାନେ ଯେଉଁମାନେ କେବେ ସାଇକେଲ ମଧ୍ୟ ଚଳାଉନଥିଲେ ସେମାନେ ଏବେ ଡ୍ରୋନ ପାଇଲଟ ହେଉଛନ୍ତି। ସମାଜ ଉପରେ ଏହାର ବ୍ୟାପକ ପ୍ରଭାବ ପଡ଼ିବ ବୋଲି ସେ କହିଛନ୍ତି।

୫୮ ବର୍ଷରେ ଶିଶୁ ପୁତ୍ରକୁ ଜନ୍ମଦେଲେ ଗାୟକ ସିଦ୍ଧୁ ମୁସେୱାଲାଙ୍କ ମା’ ଚରଣ କୌର

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories