ପିପିଲି: ଅଧା ରହିଲା ଜଗା ଦର୍ଶନ। ପୁରୀ ଭୁବନେଶ୍ବର ୩୧୬ନଂ ରାଜପଥ ମଙ୍ଗଳପୁର ମଧୁବନଠାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ସ୍କର୍ପିଓ ଓଲଟି ପଡିଛି। ଦୁର୍ଘଟଣାରେ ଦୁଇ ଜଣ ଆହତ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ ବିହାରରୁ ୬ ଜଣ ଶ୍ରଦ୍ଧାଳୁ ଜଗନ୍ନାଥ ଦର୍ଶନ ଲାଗି ପୁରୀ ଆସୁଥିଲେ। ଠିକ୍ ମଙ୍ଗଳପୁର ନିକଟରେ ଭାରସାମ୍ୟ ହରାଇ ସ୍କର୍ପିଓଟି ଓଲଟି ପଡିଥିଲା। ଏଥିରେ ଦୁଇ ଜଣ ବ୍ୟକ୍ତି ଆହତ ହୋଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ପରେ କବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
Popular Categories



