www.samajalive.in
Monday, December 8, 2025
24.1 C
Bhubaneswar

ବାଇକ ଦୁର୍ଘଟଣାରେ ୨ ଯୁବକ ମୃତ, ବ୍ୟବଚ୍ଛେଦ ପାଇଁ ଜୟପାଟଣା ସ୍ଥାନାନ୍ତର

କଲମପୁର: କଲମପୁର ଜୁନାଗଡ଼ ମୁଖ୍ୟ ରାସ୍ତାର ଦେପୁର ନିକଟରେ ଶନିବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣାରେ ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ରବିବାର ସକାଳ ୧୦ଟା ବେଳେ ମୃତ ଦୁଇ ଯୁବକଙ୍କ ମୃତଦେହକୁ ବ୍ୟବଚ୍ଛେଦପାଇଁ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ, ଜୁନାଗଡ଼ ଥାନା ଅଧିନସ୍ଥ ଦାସିଗାଁର ସୌମେନ୍ଦ୍ର ନାଗ ଏବଂ ଦାସିଗାଁ ଭେଜିପଡ଼ାର କ୍ଷେତ୍ର ମାଝୀ ନାମକ ଦୁଇ ଯୁବକ କୌଣସି କାମରେ କଲମପୁର ଆସିଥିଲେ। ବିଳମ୍ବିତ ରାତିରେ ଦୁହେଁ ଏକ ବାଇକ ଯୋଗେ କଲମପୁର ଜୁନାଗଡ଼ ମୁଖ୍ୟ ରାସ୍ତା ଦେଇ ନିଜ ଘରକୁ ଫେରୁଥିବା ବେଳେ ଦେପୁର ନିକଟରେ କୌଣସି କାରଣରୁ ବାଇକ ଦୁର୍ଘଟଣା ଘଟିଥିଲା। ଯାହା ଫଳରେ ଉଭୟ ଯୁବକ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। କିଛି ଲୋକ ଦୁର୍ଘଟଣା ସମ୍ବନ୍ଧରେ ସୂଚନା ପାଇ ତୁରନ୍ତ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ। ଚିଲିଗୁଡାଠାରୁ ଆମ୍ବୁଲାନ୍ସ ଆସି ଘଟଣାସ୍ଥଳରେ ପହଞ୍ଚିଥିଲା। ସ୍ଥାନୀୟ ଯୁବକଙ୍କ ସହଯୋଗରେ ଉଭୟଙ୍କୁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ପହଞ୍ଚିବା ବେଳକୁ ଦୁଇ ଜଣଙ୍କ ମୃତ୍ୟୁ ହେଇସାରିଥିବା ଡାକ୍ତର ସୂଚନା ଦେଇଥିଲେ। ଘଟଣା ସ୍ଥଳରେ କଲମପୁର ପୁଲିସ ପହଞ୍ଚି ମୃତଦେହ ଜବତ କରିଥିଲା। ରବିବାର ସକାଳେ ଏସ.ଆଇ ଡୋଳାମଣି ବିଶି ମୃତଦେହ ପଞ୍ଚନାମା କରିବା ପରେ ବ୍ୟବଚ୍ଛେଦ ପାଇଁ ଜୟପାଟଣା ସ୍ଥାନାନ୍ତର କରିଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories