ଅପହୃତ ଜାହାଜରୁ ୧୭ କ୍ରୁ ସଦସ୍ୟଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା, ୩୫ ସୋମାଲି ଡକାୟତ ଗିରଫ
ଡେସ୍କ: ସୋମାଲି ଡକାୟତଙ୍କ ଦ୍ୱାରା ଅପହରଣ ହୋଇଥିବା ମାଲବାହୀ ଜାହାଜ ଏମଭି ରୁଏନକୁ ମୁକ୍ତ କରି ଭାରତୀୟ ନୌସେନା ୧୭ ଜଣ କ୍ରୁ ମେମ୍ବରଙ୍କୁ ଉଦ୍ଧାର କରିବା ସହ ସମସ୍ତ ୩୫ ଜଣ ସୋମାଲି ଡକାୟତଙ୍କୁ ଗିରଫ କରିଛି। ନୌସେନା ର ସୂଚନା ଅନୁଯାୟୀ ଆଇଏନଏସ କୋଲକାତା ଅପହରଣକାରୀଙ୍କ ନିୟନ୍ତ୍ରଣରେ ଥିବା ଜାହାଜକୁ ଭାରତୀୟ ଉପକୂଳରୁ ପ୍ରାୟ ୨୬୦୦ କିଲୋମିଟର ଦୂରରେ ଅଟକାଇବାକୁ ବାଧ୍ୟ କରିଥିଲା। ୪୦ ଘଣ୍ଟା ଧରି ଚାଲିଥିବା ଏହି ଅଭିଯାନରେ ଯୁଦ୍ଧ ଜାହାଜ ଆଇଏନଏସ ସୁଭଦ୍ରା, ଡ୍ରୋନ୍, ପାଟ୍ରୋଲିଂ ଏୟାରକ୍ରାଫ୍ଟ ଏବଂ ମାର୍କୋସ୍ ପ୍ରହର ସାମିଲ ହୋଇଥିଲେ।
ମହିଳାଙ୍କ ବଦାନ୍ୟତା ଘଟଣା: ପ୍ରତିଶ୍ରୁତି ପାଳନ କଲା ମନ୍ଦିର ପରିଚାଳନା କମିଟି, ହେଲା ନୂତନ ଗୃହ ପ୍ରବେଶ
ଗତ ବର୍ଷ ଡିସେମ୍ବର ମାସରେ ୟେମେନର ସୁକୁତ୍ରା ଦ୍ୱୀପ ନିକଟରେ ମାଲ୍ଟି ପତାକା ଦେଖାଇଥିବା ଜାହାଜକୁ ଅପହରଣ କରାଯାଇଥିଲା। ୟୁରୋପୀୟ ସଂଘର ନୌସେନା ସନ୍ଦେହ କରୁଛି ଯେ ଚଳିତ ସପ୍ତାହ ପ୍ରାରମ୍ଭରେ ଜାହାଜ ଏମଭି ସୋମାଲିଆ ଉପକୂଳରେ ବାଂଲାଦେଶ ପତାକା ଥିବା ଏକ ମାଲବାହୀ ଜାହାଜକୁ ନିଜ ନିୟନ୍ତ୍ରଣକୁ ନେବାକୁ ଚେଷ୍ଟା କରୁଥିଲା।
Comments are closed.