www.samajalive.in
Saturday, December 13, 2025
26.1 C
Bhubaneswar

ପ୍ରଭାବଶାଳୀ ଭାବେ ଲାଗୁ ହେବ ଆଦର୍ଶ ଆଚରଣ ବିଧି – ନିର୍ବାଚନ ଆୟୋଗ

ଡେସ୍କ: ୪ଟି ରାଜ୍ୟରେ ଲୋକସଭା ନିର୍ବାଚନ ଓ ବିଧାନସଭା ନିର୍ବାଚନ ଘୋଷଣା ପରେ ଆଦର୍ଶ ଆଚରଣ ବିଧିକୁ ପ୍ରଭାବଶାଳୀ ଭାବେ କାର୍ଯ୍ୟକାରୀ କରିବା ପାଇଁ ନିର୍ବାଚନ ଆୟୋଗ ନିର୍ଦ୍ଦେଶନାମା ଜାରି କରିଛନ୍ତି। ୨୪ ଘଣ୍ଟା ମଧ୍ୟରେ କାନ୍ଥରେ ଅଙ୍କିତ ଚିତ୍ର, ପୋଷ୍ଟର, ପାମ୍ଫଲେଟ୍ ସବୁ ହଟାଇବାକୁ ନିର୍ବାଚନ ଆୟୋଗ କ୍ୟାବିନେଟ୍ ସଚିବ, ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି। ୪୮ ଘଣ୍ଟା ମଧ୍ୟରେ ରେଳ ଷ୍ଟେସନ ଓ ବସଷ୍ଟାଣ୍ଡ ଭଳି ସର୍ବସାଧାରଣ ସ୍ଥାନରୁ ରାଜନୈତିକ ବିଜ୍ଞାପନ ସମ୍ବଳିତ ସମସ୍ତ ଅନଧିକୃତ ପୋଷ୍ଟର, ହୋର୍ଡିଂ ଓ ବ୍ୟାନର ହଟାଇ ଦିଆଯିବ। ଘରୋଇ ସମ୍ପତ୍ତିରେ ପ୍ରଦର୍ଶିତ ଅନଧିକୃତ ରାଜନୈତିକ ବିଜ୍ଞାପନକୁ ମଧ୍ୟ ୭୨ ଘଣ୍ଟା ମଧ୍ୟରେ ହଟାଇବାକୁ ପଡ଼ିବ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ସମନ: ୨୧ତାରିଖରେ ପଚରାଉଚରା ପାଇଁ ଡାକରା

- Advertisement -

ନିର୍ବାଚନ ପ୍ରଚାର ପାଇଁ କୌଣସି ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କ ଦ୍ୱାରା ସରକାରୀ ଗାଡି ବ୍ୟବହାର ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ରହିବ ବୋଲି କମିଶନ ସ୍ପଷ୍ଟ କରିଛନ୍ତି। ଇଲେକ୍ଟ୍ରୋନିକ୍ସ ଓ ପ୍ରିଣ୍ଟ ମିଡିଆରେ ସରକାରଙ୍କ ସଫଳତାକୁ ନେଇ କୌଣସି ବିଜ୍ଞାପନକୁ ଅନୁମତି ଦିଆଯିବ ନାହିଁ। ଏଭଳି ବିଜ୍ଞାପନକୁ ରୋକିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ଜିଲ୍ଲା ନିର୍ବାଚନ ଅଧିକାରୀ ତୁରନ୍ତ ପଦକ୍ଷେପ ନେବେ। ରିଟର୍ଣ୍ଣିଂ ଅଫିସରମାନେ ତୁରନ୍ତ ରାଜ୍ୟ ସରକାରଙ୍କ ବିଭାଗର ୱେବସାଇଟରୁ ରାଜନୈତିକ ଘଟଣାର ଫଟୋ ହଟାଇବେ।

ପାକ୍ ସେନା କ୍ୟାମ୍ପରେ ଆକ୍ରମଣ: ୭ ମୃତ

ନିର୍ବାଚନ ଆୟୋଗ ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ସେଠାରେ ଅଭିଯୋଗର ସମାଧାନ ପାଇଁ ଏକ କଲ୍ ସେଣ୍ଟର ସ୍ଥାପନ କରାଯାଉଛି। କଲ୍ ସେଣ୍ଟର ନମ୍ବର ହେଉଛି- ୧୯୫୦।

ୟୁକ୍ରେନ୍‌ର ଆକ୍ରମଣ ବୃଦ୍ଧି ପରେ ରୁଷରେ ମଙ୍ଗଳବାର ଯାଏଁ ଶିକ୍ଷାନୁଷ୍ଠାନ ସହ ମଲ୍ ବନ୍ଦ

ରେଡିଓ, ଟିଭି, ସିନେମା ଓ ସରକାରୀ ଚ୍ୟାନେଲ ମାଧ୍ୟମରେ ଭୋଟର ସଚେତନତା ପାଇଁ କାର୍ଯ୍ୟକ୍ରମ ପ୍ରସାରଣ କରାଯାଇପାରିବ ବୋଲି ନିର୍ବାଚନ କମିଶନ ସ୍ପଷ୍ଟ କରିଛନ୍ତି।

୩ ଦିନ ପରେ କମିବ ତାତି: ୧୪ ଜିଲ୍ଲାକୁ କାଳବୈଶାଖୀ ସତର୍କତା

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories