ପାକ୍ ସେନା କ୍ୟାମ୍ପରେ ଆକ୍ରମଣ: ୭ ମୃତ

ନୂଆଦିଲ୍ଲୀ: ପାକିସ୍ତାନ ସେନା କ୍ୟାମ୍ପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏଥିରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଆଫଗାନିସ୍ତନେ ସୀମାନ୍ତବର୍ତ୍ତୀ ଉତ୍ତର ୱଜିରିସ୍ତାନରେ ଆକ୍ରମଣ କରାଯାଇଛି। କ୍ୟାମ୍ପ ଭିତରେ ପଶି ୬ ଜଣ ଆତଙ୍କବାଦୀ ଆଖିବୁଜା ଗୁଳିମାଡ କରିଥିଲେ। ଗୁଳିମାଡରେ ୫ ଜଣ ସେନା ଅଧିକାରୀଙ୍କ ସହ ୭ ଜଣଙ୍କର ମୃତ୍ୟୁ ଘଟିଛି। ପାକ୍ ସେନାର ପାଲଟା ଆକ୍ରମଣରେ ୬ ଜଣ ଆତଙ୍କବାଦୀ ମଧ୍ୟ ମୃତ୍ୟୁବରଣ କରିଛନ୍ତି।