ନୂଆଦିଲ୍ଲୀ: ରୁଷିଆରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ଶନିବାର ଦ୍ୱିତୀୟ ଦିନ ଥିବାବେଳେ ରବିବାର ଭୋଟିଂ ପାଇଁ ଶେଷ ଦିନ ରହିଛି । ଦୁଇ ଦିନ ମଧ୍ୟରେ ବହୁ ସଂଖ୍ୟକ ଲୋକ ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ତେବେ ପୁଟିନଙ୍କୁ ବିରୋଧ କରି ଏବଂ ୟୁକ୍ରେନ ଯୁଦ୍ଧରେ ଅସନ୍ତୋଷ ପ୍ରଦର୍ଶନ କରି ବିରୋଧୀଙ୍କ ଏକ ବର୍ଗ ରବିବାର ଭୋଟ୍ ବର୍ଜନ କରବାକୁ ଆହ୍ବାନ କରିଛନ୍ତି। ଦେଶରେ ଦୁଇ ଦିନିଆ ଭୋଟ୍ ସମୟରେ ପ୍ରାୟ ୨୦ ଟି ଭଙ୍ଗାରୁଜା, ହିଂସା ଏବଂ ବିରୋଧର ଘଟଣା ଘଟିଛି। ଏହି ଘଟଣାରେ ପୋଲିସ କିଛି ଲୋକଙ୍କୁ ଗିରଫ କରିଛି। ଶନିବାର ଭୋଟ୍ ସମୟରେ ୟୁକ୍ରେନର ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ରୁଷିଆର ଆଭ୍ୟନ୍ତରୀଣ ଅଞ୍ଚଳ ଉପରେ ପୁଣି ଥରେ ଆକ୍ରମଣ କରିଥିଲା। ତେଣୁ ୟୁକ୍ରେନର ଆକ୍ରମଣ ବୃଦ୍ଧି ପରେ ସ୍କୁଲ, କଲେଜ ଓ ମଲ୍ ବନ୍ଦ। ରୁଷିଆର ବେଲଗରଡରେ ମଙ୍ଗଳବାର ଯାଏଁ ଶିକ୍ଷାନୁଷ୍ଠାନ ସହ ମଲ ବନ୍ଦ କରାଯାଇଛି। ୟୁକ୍ରେନ୍ ସୀମାନ୍ତରେ ବେଲଗରଡ ଥିବାରୁ ବନ୍ଦ ଘୋଷଣା କରାଯାଇଛି।
ୟୁକ୍ରେନ୍ର ଆକ୍ରମଣ ବୃଦ୍ଧି ପରେ ରୁଷରେ ମଙ୍ଗଳବାର ଯାଏଁ ଶିକ୍ଷାନୁଷ୍ଠାନ ସହ ମଲ୍ ବନ୍ଦ
Popular Categories



