www.samajalive.in
Monday, December 8, 2025
14.1 C
Bhubaneswar

ନିର୍ବାଚନକୁ ଦୃଷ୍ଟିରେ ବିଏସଏଫ ଓ ପୁଲିସ ପକ୍ଷରୁ ମିଳିତ ଫ୍ଲାଗ୍ ମାର୍ଚ୍ଚ 

ଛତ୍ରପୁର: ସାଧାରଣ ନିର୍ବାଚନ ଲାଗି ବିଗୁଲ ବାଜିଛି । ଗଞ୍ଜାମ ଜିଲାରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବ । ମେ ୧୩ରେ ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି ଓ ଚିକିଟି ଏବଂ ମେ’ ୨୦ରେ ହିଞ୍ଜିଳି, ଆସିକା, ପୋଲସରା, ଖଲ୍ଲିକୋଟ, ସୋରଡା, କବିସୂର୍ଯ୍ୟନଗର, ସାନଖେମୁଣ୍ଡି ଓ ଭଞ୍ଜନଗରରେ ମତଦାନ । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ପୁଲିସ ଜିଲା ନିର୍ବାଚନକୁ ଦୃଷ୍ଟିରେ ରଖି ତା’ର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଗଞ୍ଜାମ ପୁଲିସ ଜିଲାରେ ୯ଟି ନିର୍ବାଚନ ମଣ୍ଡଳୀ ରହିଛି। ଏହି ସବୁ ସ୍ଥାନରେ ନିର୍ବାଚନ କିପରି ଶାନ୍ତି ଶୃଙ୍ଖଳାରେ ଶେଷ ହେବ ସେନେଇ ପୁଲିସ ସଜାଗ ରହିଛି । ଏନେଇ ଗଞ୍ଜାମ ଏସ୍‌ପି ଜଗମୋହନ ମୀନାଙ୍କ ନିର୍ଦେଶକ୍ରମେ ରବିବାର ଛତ୍ରପୁର ଏସଡିପିଓ ଗୌରହରି ସାହୁ ଓ ଥାନା ଅଧିକାରୀ ନିରୋଦ କୁମାର ଦାସଙ୍କ ନେତୃତ୍ୱରେ ଛତ୍ରପୁର ସହରର ବିଭିନ୍ନ ଛକ, ସାହି, ଗଳିରେ ବିଏସଏଫ ଓ ପୁଲିସ ପକ୍ଷରୁ ମିଳିତ ଫ୍ଲାଗ୍‌ ମାର୍ଚ୍ଚ କରାଯାଇଛି । କିପରି ଶାନ୍ତିପୂର୍ଣ୍ଣ ଓ ଅବାଧ ନିର୍ବାଚନ ହେବ ସେନେଇ ପୁଲିସ ପକ୍ଷରୁ ଉଦ୍ୟମ ଓ ରଣନୀତି କରିଛି । ଏହି ଫ୍ଲାର୍ଗମାର୍ଚ୍ଚର ମୁଖ୍ୟ ଉଦେଶ୍ୟ ହେଲା ଲୋକମାନେ ଭୟଭୀତ ନହୋଇ ଅଞ୍ଚଳରେ ଶାନ୍ତି ଶୃଙ୍ଖଳାରେ ମତଦାନ କରିବାକୁ ଲୋକଙ୍କୁ ଏହି ଫ୍ଲାର୍ଗମାର୍ଚ୍ଚ ଜରିଆରେ ବାର୍ତ୍ତା ଦିଆଯାଇଛି । ଗଞ୍ଜାମ ଜିଲାରେ ୩୦୭୭ଟି ବୁଥ୍‌ ରହିଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories