ବଲାଙ୍ଗିର: ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୨ ଯନ୍ତ୍ରୀ ନିଲମ୍ବିତ ସହ ଗିରଫ ହୋଇଥିବା ସୂଚନା ମିଳିଛି। କଣ୍ଟାବାଞ୍ଜି ଇଲେକ୍ଟ୍ରିକାଲ ଏସଡିଓ ଜଗନ୍ନାଥ ପତି ଏବଂ ମୁରିବାହାଲ ବିଦ୍ୟୁତ ଯନ୍ତ୍ରୀ ଚିନ୍ମୟ ସାହୁ ନିଲମ୍ବିତ ହୋଇଛନ୍ତି। ୩ଜଣ ସାମ୍ବାଦିକଙ୍କୁ ଆକ୍ରମଣ କରିବା ଘଟଣାରେ ଉଭୟ ଯନ୍ତ୍ରୀ ଜେଲ ଯିବା ସହ ନିଲମ୍ବିତ ହୋଇଛନ୍ତି। ଏହି ଘଟଣା ସମ୍ପର୍କରେ ପୋଲିସ ତଦନ୍ତ ଜାରି ରଖିଥିବାବେଳେ କୋୖଣସି ସରକାରୀ କାର୍ଯ୍ୟାଳୟରେ ଭୋଜିଭାତ କରାଯିବ ଉପରେ କଟକଣା ଲାଗୁ କରାଯାଇଥିବା ସୂଚନା ମିଳିଛି।
Popular Categories



