ରାସନ କାର୍ଡ଼କୁ ନେଇ ବଡ଼ ଖବର: ଜାନୁଆରୀ ୩୧ ଇ-କେୱାଇସି ଶେଷ ତାରିଖ
ଭୁବନେଶ୍ଵର: ରାସନ କାର୍ଡ଼କୁ ନେଇ ଗୁରୁବାର ଗୁରୁତ୍ଵପୂର୍ଣ୍ଣ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଜାନୁଆରୀ ୩୧ ଇ-କେୱାଇସି ପାଇଁ ଶେଷ ତାରିଖ ରହିଛି। ଧାର୍ଯ୍ୟ ତାରିଖ ମଧ୍ୟରେ ରାସନ କାର୍ଡର ଇ-କେୱାଇସି ନ କଲେ କାର୍ଡ କଟିଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ।
ମନ୍ତ୍ରୀଙ୍କ ସୂଚନା ଅନୁସାରେ, ବର୍ତ୍ତମାନସୁଦ୍ଧା ୪୯ ଲକ୍ଷ ହିତାଧିକାରୀ ଇ-କେୱାଇସି କରିନାହାନ୍ତି। ଇ-କେୱାଇସି ସରିବା ପରେ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ମିଳିବ।
Comments are closed.