www.samajalive.in
Saturday, December 6, 2025
26.1 C
Bhubaneswar

ଦୁଇ ନକଲି ଇଡି ଅଧିକାରୀ ଗିରଫ

ଭୁବନେଶ୍ବର: ଦୁଇ ନକଲି ଇଡି ଅଧିକାରୀଙ୍କୁ ଧରିଲା କ୍ରାଇମବ୍ରାଞ୍ଚ। ଗିରଫ ଦୁଇ ଭାଇ ଢେଙ୍କାନାଳ ଦୋଳମଣ୍ଡପ ସାହିର ତାରିଣୀ ସେନ୍ ମହାପାତ୍ର ଓ ବ୍ରହ୍ମଶଙ୍କର ମହାପାତ୍ର ବୋଲି ସୂଚନା ମିଳିଛି। ଛତ୍ରପୁର ଉପଜିଲ୍ଲାପାଳଙ୍କ ଅଭିଯୋଗ ଆଧାରରେ ଉଭୟଙ୍କୁ ଗିରଫ କରାଯାଇଛି। ଏମାନେ ନିଜକୁ ଇଡି ଅଧିକାରୀର ପରିଚୟ ଦେଇ ସରକାରୀ ଅଧିକାରୀ ମାନଙ୍କୁ ଠକୁଥିଲେ । କୌଣସି କେସ୍‌ର ରଫାଦଫା ପାଇଁ ଟଙ୍କା ଆଦାୟ କରୁଥିଲେ। ଟଙ୍କା ନେବା ପରେ ମିଛ କ୍ଲିଅରାନ୍ସ ରିପୋର୍ଟ ମଧ୍ୟ ଦେଉଥିଲେ। ଫୋନ୍ ପେ ରେ ୧୬ ଲକ୍ଷରୁ ଅଧିକ ଟଙ୍କାର କାରବାର କରିଥିବା ସୂଚନା ମିଳିଛି। ସେମାନଙ୍କ ନିକଟରୁ ଲାପଟପ୍, କମ୍ପୁଟର , ୫ଟି ମୋବାଇଲ ଜବତ କରାଯାଇଛି। ଏହାସହିତ ବ୍ୟାଙ୍କ ପାସ୍‌ବୁକ୍, ୧୭ଟି ଏଟିଏମ୍ କାର୍ଡ , ଫେକ୍ ଆଇକାର୍ଡ , ଚେକ୍ ମଧ୍ୟ ଜବତ ହୋଇଛି।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories