www.samajalive.in
Tuesday, December 9, 2025
23.1 C
Bhubaneswar

ରାସ୍ତା କଡରେ ମୁକୁଳା ପଡିଛି ବିଦ୍ୟୁତ୍‌‌ ଟ୍ରାନ୍ସଫର୍ମର

ପିପିଲି :ପିପିଲି-ଦାଣ୍ଡମୁକୁନ୍ଦପୁର ମୁଖ୍ୟ ରାସ୍ତା କଡରେ ଥିବା ୫ଟି ବିଦ୍ୟୁତ ଟ୍ରାନ୍ସଫର୍ମର ବିପଦସଂକୁଳ ତଥା ମୁକୁଳା ଅବସ୍ଥାରେ ରହିଛି। ଏହି ବିଦ୍ୟୁତ ଟ୍ରାନ୍ସଫର୍ମର ଗୁଡିକ ରାସ୍ତାକୁ ଲାଗି ରହିଥିବା ବେଳେ ବିଦ୍ୟୁତ୍‌‌ ବିଭାଗର ଖାମଖିଆଲି ନୀତି ଯୋଗୁଁ ଯେକୌଣସି ସମୟରେ ଏକ ବଡ ଧରଣର ବିଦ୍ୟୁତ୍‌‌ ଦୁର୍ଘଟଣା ଘଟିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ।

ସୂଚନା ଅନୁଯାଇ, ପୂର୍ତ୍ତ ବିଭାଗ ଅଧିନରେ ଥିବା ପିପିଲି-ଦାଣ୍ଡମୁକୁନ୍ଦପୁର ମୁଖ୍ୟରାସ୍ତାକୁ ୪ଲେନ୍‌‌ କରାଯିବା ସମୟରେ ରାସ୍ତା ପାଶ୍ୱର୍ରେ ଥିବା ବିଦ୍ୟୁତ୍‌‌ ଖୁଣ୍ଟି ଓ ଟ୍ରାନ୍ସଫର୍ମରକୁ ସ୍ଥାନାନ୍ତର କରାଯିବା ପାଇଁ ଟିପିସିଓଡିଏଲ କୁ ବିଭାଗୀୟ ଅଧିକାରୀ ପତ୍ର ଲେଖି ଅନୁରୋଧ କରିଥିଲେ। ଟିପିସିଓଡିଏଲ ର ଏଷ୍ଟିମେଟ୍‌‌ ପରେ ପୂର୍ତ୍ତବିଭାଗ ପକ୍ଷରୁ ଟିପିସିଓଡିଏଲ ନିକଟରେ ଗତ ୨୦୨୩ ମସିହା ମାର୍ଚ୍ଚ ୪ ତାରିଖରେ ୬୪ ଲକ୍ଷ ୭୨ ହଜାର ୭୨୮ ଟଙ୍କା ଓ ନଭେମ୍ବର ୨୯ ତାରିଖରେ ୪୯ ଲକ୍ଷ ୮୨ ହଜାର ୬୮୪ ଟଙ୍କାକୁ ମିଶାଇ ମୋଟ୍‌‌ ୧ କୋଟି ୧୪ ଲକ୍ଷ ୫୫ ହଜାର ୪୧୨ ଟଙ୍କା ପଇଠ କରାଯାଇଥିଲା।

- Advertisement -

ଏହା ସତ୍ତ୍ବେ ଟିପିସିଓଡିଏଲ ପକ୍ଷରୁ କେବଳ ବିଦ୍ୟୁତ୍‌‌ ଖୁଣ୍ଟି ଗୁଡିକୁ ବହୁ ବିଳମ୍ବରେ ସ୍ଥାନାନ୍ତର କରାଯାଇଥିଲା। ତେବେ ରାସ୍ତା କଡରେ ଥିବା ୫ଟି ୧୧/୦.୪ କେଭି ବିଦ୍ୟୁତ୍‌‌ ଟ୍ରାନ୍ସଫର୍ମରକୁ ଅଦ୍ୟାବଧି ସ୍ଥାନାନ୍ତର କରାଯାଇନାହିଁ। ଇତିମଧ୍ୟରେ ପୂର୍ତ୍ତବିଭାଗ ପକ୍ଷରୁ ୪ଲେନ୍‌‌ ବିଶିଷ୍ଟ ସଡକ ନିର୍ମାଣ କାର୍ଯ୍ୟ ସଂପୂର୍ଣର୍ ହୋଇସାରିଛି। ତେବେ ରାସ୍ତାକଡ ପାଦଚଲା ରାସ୍ତା ଉପରେ ଏହି ୫ଗୋଟି ୧୧/୦.୪ କେଭି ବିଦ୍ୟୁତ୍‌‌ ଟ୍ରାନ୍ସଫର୍ମର ବିପଦସଂକୂଳ ଅବସ୍ଥାରେ ରହିଥିବା ବେଳେ ଏଥିପ୍ରତି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ପଡୁନଥିବା ଅଭିଯୋଗ ହୋଇଛି।

ପିପିଲି-ଦାଣ୍ଡମୁକୁନ୍ଦପୁର ମୁଖ୍ୟ ସଡକର ପଶ୍ଚିମ ପାଶ୍ୱର୍ ରାସ୍ତାର ଡ୍ରାଇଭ୍‌‌ଇନ୍‌‌ ଢାବା ନିକଟରେ ଥିବା ୧୦୦/୦.୪ କେଭି, ଖଣ୍ଡିଆଗିରି ବେଣ୍ଟପୋଖରୀ ନିକଟରେ ଥିବା ୬୩/୦.୪ କେଭି, ଦମକଳ କେନ୍ଦ୍ର ନିକଟରେ ଥିବା ୧୬/୦.୪କେଭି, କାଚରାସାହି ନିକଟରେ ଥିବା ୬୩/୦.୪ କେଭି ଓ ପିପିଲି ହାଟଛକ ଠାରେ ଥିବା ୫୦୦/୦.୪ କେଭି ଟ୍ରାନ୍ସଫର୍ମର ପାଦଚଲା ରାସ୍ତା ଉପରେ ତଥା ପିଚୁ ରାସ୍ତାକୁ ଲାଗି ରହିଛି। ଏଥିମଧ୍ୟରୁ ୩ଟି ଟ୍ରାନ୍ସଫର୍ମରର ବିଦ୍ୟୁତ୍‌‌ ତାର ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ରାସ୍ତାକୁ ଲାଗି ଅଳ୍ପ ଉଚ୍ଚରେ ରହିଛି।

ରାସ୍ତାରେ ଯାତାୟତ କରୁଥିବା ଗାଡିମୋଟର ଓ ସାଧାରଣ ଲୋକେ ଏହି ଟ୍ରାନ୍ସଫର୍ମର ଠାରୁ ଦୂରେଇ ରହିବା ପାଇଁ ରାସ୍ତା ମଝିରେ ଯାଉଥିବା ଯୋଗୁଁ ଅନେକ ସମୟରେ ସମସ୍ୟାର ସମ୍ମୁଖିନ ହେଉଛନ୍ତି। ଏହି ଟ୍ରାନ୍ସଫର୍ମର ଗୁଡିକ ନିକଟରେ ଯିବାବେଳେ ସାମାନ୍ୟତମ ଅନ୍ୟମନସ୍କ ହେଲେ ଯେକୌଣସି ସମୟରେ ବିଦ୍ୟୁତ୍‌‌ ଦୁର୍ଘଟଣା ଘଟି ଧନଜୀବନ ହାନୀ ହେବାର ନିଶ୍ଚିତ ସମ୍ଭାବନା ରହିଛି। ବିଦ୍ୟୁତ ଦୁର୍ଘଟଣାକୁ ଏଡାଇବା ପାଇଁ ଟିପିସିଓଡିଏଲ ସର୍ବଦା ଗୁରୁତ୍ୱ ଦେବା ସହ ସୁରକ୍ଷିତ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଏହି ଘଟଣାପ୍ରତି ବିଭାଗୀୟ ଅଧିକାରୀମାନେ କିପରି ନିରବଦ୍ରଷ୍ଟା ସାଜିଛନ୍ତି ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ବିଦ୍ୟୁତ ବିଭାଗର ଖାମ୍‌‌ଖିଆଲି ନୀତି ଯୋଗୁଁ ଏଠାରେ ଯେକୌଣସି ସମୟରେ ବିଦ୍ୟୁତ ଦୁର୍ଘଟଣା ଘଟିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ। ତେବେ, ତୁରନ୍ତ ଏହି ଟ୍ରାନ୍ସଫର୍ମର ଗୁଡିକୁ ରାସ୍ତାକଡରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ସାଧାରଣରେ ଦାବି କରାଯାଇଛି।

ଏ ସଂପର୍କରେ ବିଦ୍ୟୁତ୍‌‌ ବିଭାଗର ପିପିଲି ଉପଖଣ୍ଡ ଅଧିକାରୀ ବିପିନ କୁମାର ସାହୁଙ୍କୁ ପଚାରିବାରେ ସେ କହିଥିଲେ ଯେ, ହାଟଛକ ଠାରେ ଥିବା ଟ୍ରାନ୍ସଫର୍ମର ଚତୁଃପାଶ୍ୱର୍ରେ ସୁରକ୍ଷା ବାଡ କରାଯିବା ସହ ଅସୁରକ୍ଷିତ ଅବସ୍ଥାରେ ଥିବା ଅନ୍ୟ ଟ୍ରାନ୍ସଫର୍ମର ଗୁଡିକୁ ଯଥାଶିଘ୍ର ସୁରକ୍ଷିତ ସ୍ଥାନକୁ ଅଣାଯିବା ପାଇଁ ବିଭାଗୀୟ ଉଚ୍ଚକତ୍ତୃପକ୍ଷଙ୍କୁ ଅବଗତ କରାଯାଇ ପଦକ୍ଷେପ ଗ୍ରହଣ କରାଯିବ।

Hot this week

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

Related Articles

Popular Categories