ହାଓ୍ୱାଇ ଦ୍ୱୀପରେ ଭୂମିକମ୍ପ, ରାସ୍ତାରୁ ହେଉଛି ଅଗ୍ନି ଉଦ୍‌ଗୀରଣ

0

ହାଓ୍ୱାଇ:ହାଓ୍ୱାଇ ଦ୍ୱୀପରେ ଅଗ୍ନି ଉଦ୍‌ଗୀରଣ ହେବା ସହ ଭୂମିକମ୍ପ ହେଉଛି । କେତକ ସ୍ଥାନରେ ରାସ୍ତା ଫାଟି ଯିବା ସହ ରାସ୍ତାର ଭିତରୁ ଲାଭା ବାହାରୁଛି । କିଲାଓ୍ୱିଆ ଆଗ୍ନେୟଗିରିରୁ ପ୍ରଥମେ ଲବା ଉଦ୍‌ଗୀରଣ ହୋଇଥିଲା । ଏହାପରେ ହାଓ୍ୱାଇ ଦ୍ୱୀପରେ ବାରମ୍ବାର ଭୂମିକମ୍ପ ହୋଇଅଛି । ୬.୯ ତୀବ୍ରତାର ଏକ ଭୂମିକମ୍ପ ଦ୍ୱୀପର ଦକ୍ଷିଣ ପୂର୍ବ ଦିଗରେ ଅନୁଭୂତ ହୋଇଛି । ଏହି ଭୂମିକମ୍ପପରେ ଲୋକମାନେ ଘରୁ ବାହାରୁକୁ ଚାଲି ଆସିଥିଲେ । ମାତ୍ର ଭୂମିକମ୍ପ ଯୋଗୁଁ ସୁନାମୀର କୌଣସି ଭୟ ନ ଥିବା କଥା ହଓ୍ୱାଇ ପ୍ରଶାସନ ପକ୍ଷରୁ କୁହାଯାଇଛି ।

କେତକ ସ୍ଥାନରେ ଲାଭା ଉଦ୍‌ଗୀରଣ ହେବା ଯୋଗୁଁ ଘର ନଷ୍ଟ ହେବା ସହ ରାସ୍ତାରେ ବଡ ବଡ ଫାଟ ସୃଷ୍ଟି ହୋଇଛି । ଏବେ ଲୋକମାନଙ୍କୁ ସାବଧାନ ରହିବ ସହ ସୁରକ୍ଷିତ ସ୍ଥାନରେ ରହିବା ପାଇଁ ହାଓ୍ୱାଇ ପ୍ରଶାସନ ପକ୍ଷରୁ କୁହାଯାଇଛି ।

Leave A Reply