BJD Bijuli 480×75 Mob

ଶରୀରରେ ଭିଟାମିନ-ଡି ଅଭାବରେ ଦେଖାଯାଉଥିବା ଲକ୍ଷଣ

BJD Bijuli 480×75 Mob

ମନୁଷ୍ୟ ଶରୀରରେ ଭିଟାମିନ-ଡିର ଅଭାବ ହେଲେ ଅନେକ ପ୍ରକାର ଗମ୍ଭୀର ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ଅତ୍ୟଧିକ ଖରା ଯୋଗୁଁ ଶରୀରରେ ଜଳୀୟ ଅଂଶର ଅଭାବ, କ୍ୟାଲସିୟମର ଅଭାବ ହେବା ଭିଟାମିନ-ଡିର ଲକ୍ଷଣ ଅଟେ। ଆମ ଜୀବନ ଶୈଳୀରେ କିଛି ପରିବର୍ତ୍ତନ କରିବା ଦ୍ବାରା ଶରୀରରେ ଅନେକ ପ୍ରକାର ଭିଟାମିନର ଅଭାବ ହୋଇ ଅନେକ ରୋଗ ହୋଇଥାଏ। ଶରୀରରେ ଭିଟାମିନ-ଡିର ଅଭାବ ହେଲେ ଶୀଘ୍ର ଥକ୍କା ଲାଗିବା, ହାଡ ବିନ୍ଧିବା, ମାଂସପେଶୀୟରେ ଦୁର୍ବଳ ଅନୁଭବ ହେବା ପରି ସମସ୍ୟା ହୋଇଥାଏ। ଭାରତରେ ଅଧିକ ମହିଳାମାନଙ୍କ ଶରୀରରେ ଭିଟାମିନ-ଡିର ଅଭାବ ପରିଲକ୍ଷିତ ହୋଇଥାଏ। ଭିଟାମିନ-ଡିର ଅଭାବରେ ମହିଳାମାନଙ୍କୁ ଅଷ୍ଟିଓପାରାସିସ୍, ମଧୁମେହ ପରି ରୋଗ ହୋଇଥାଏ।

ତେବେ ଆସନ୍ତୁ ଜାଣିବା ଶରୀର​‌ରେ ଭିଟାମିନ-ଡିର ଅଭାବ ହେଲେ କେଉଁ ଲକ୍ଷଣ ଦେଖା ଦେଇଥାଏ ..

ଉଚ୍ଚ ରକ୍ତଚାପ ସ୍ତର ବୃଦ୍ଧି

ଥକ୍କାପଣ ଅନୁଭବ ହେବା

ହାଡରେ ଦରଜ ହେବା

ମାଂସପେଶୀୟରେ ଦୁର୍ବଳ ଅନୁଭବ କରିବା

ଚିନ୍ତିତ ରହିବା

କେଶ ଝଡିବା

ବାରମ୍ବାର ସଂକ୍ରମଣ ହେବା

ନିଶ୍ବାସପ୍ରଶ୍ବାସ ନେବାରେ ଅସୁବିଧା ହେବା

ତେଣୁ ଶରୀରରେ ଭିଟାମିନ-ଡିର ଅଭାବ ହେଉଥିଲେ ଖାଦ୍ୟ ଓ ପାନୀୟରେ ବିଶେଷ ଧ୍ୟାନ ରଖିବା ଉଚିତ। ତେଣୁ ନିଜ ଖାଦ୍ୟରେ ମାଛ, ଗହମ, ମଶରୁମ, ଅଣ୍ଡା, ପନୀର, କ୍ଷୀର ଓ କମଳା ରସ ସାମିଲ କରନ୍ତୁ।

 

Comments are closed.