www.samajalive.in
Sunday, December 7, 2025
23.1 C
Bhubaneswar

ପୁଦିନା କିୱି ସରବତ୍

ଆବଶ୍ୟକ ସାମଗ୍ରୀ :

କିୱି – ୬ଟି

- Advertisement -

ଲେମ୍ବୁ – ୪ଟି

ପୁଦିନା ପତ୍ର – ଏକ କପ୍

ପାଣି – ୨ କପ୍

ଚିନି – ୨ ଚାମଚ

ସୋଡା ବଟର – ଆବଶ୍ୟକ ଅନୁସାରେ

ପ୍ରସ୍ତୁତ ପ୍ରଣାଳୀ :

ପ୍ରଥମେ ଏକ ପାତ୍ରରେ ପାଣି ଓ ଚିନି ମିଶାଇ ଗ୍ୟାସରେ ଫୁଟାନ୍ତୁ। ପାଣିରେ ଚିନି ଭଲ ଭାବେ ମିଶିଲା ପର୍ଯ୍ୟନ୍ତ ଫୁଟାନ୍ତୁ। ପାଣି ଫୁଟିବା ସମୟରେ ସେଥିରେ ପୁଦିନା ପତ୍ର ପକାଇ ଓହ୍ଲାଇ ଦିଅନ୍ତୁ। ତାହାକୁ ୧୦ମିନିଟ ପର୍ଯ୍ୟନ୍ତ ରଖି ଦିଅନ୍ତୁ। ତାପରେ କିୱିକୁ କାଟି ପେଷି ଦିଅନ୍ତୁ। ଏକ ପାତ୍ରରେ ପେଷା ହୋଇଥିବା କିୱିରେ ଲେମ୍ବୁ ରସ ମିଶାଇ ଦିଅନ୍ତୁ। ପୁଦିନା ପତ୍ର ପକାଇ ରଖିଥିବା ପାଣିକୁ ଛାଣି ଦିଅନ୍ତୁ। ସେଥିରେ କିୱି ପେଷ୍ଟ ପକାଇ ଭଲ ଭାବେ ଘାଣ୍ଟି ଦିଅନ୍ତୁ। ଏହି ମିଶ୍ରଣକୁ ଫ୍ରିଜରେ କିଛି ସମୟ ରଖି ଦିଅନ୍ତୁ। ନିର୍ଦ୍ଧାରିତ ସମୟ ପରେ ଫ୍ରିଜରୁ ତାହାକୁ କାଢି ଦିଅନ୍ତୁ। ତାପରେ ଏକ ଗ୍ଲାସରେ ମିଶ୍ରଣକୁ ରଖନ୍ତୁ ସେଥିରେ ଦୁଇ ଚାମଚ କିୱି ପେଷ୍ଟ ଅଳ୍ପ ମିଶାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ପୁଦିନା କିୱି ସରବତ୍।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories