ଶାଗୁ ପାମ୍ପଡ

ଆବଶ୍ୟକ ସାମଗ୍ରୀ :

ଶାଗୁ ଦାନା – ୧ କପ

ଲୁଣ – ସ୍ବାଦ ଅନୁଯାୟୀ

prayash

ତେଲ – ଆବଶ୍ୟକ ଅନୁଯାୟୀ

ପାଣି – ଆବଶ୍ୟକ ଅନୁଯାୟୀ

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ଏକ ପାତ୍ର ବସାଇ ସେଥିରେ ୫କପ ପାଣି ଫୁଟାନ୍ତୁ। ତାପରେ ଶାଗୁକୁ ଧୋଇ ରଖି ଦିଅନ୍ତୁ। ପାଣି ଭଲ ଭାବେ ଫୁଟିବା ପରେ ସେଥିରେ ଶାଗୁକୁ ପକାଇ ଦିଅନ୍ତୁ। ତାପରେ ଏହାକୁ ଏକ ଚାମଚରେ ଭଲ ଭାବେ ଘାଣ୍ଟନ୍ତୁ। ଶାଗୁ ଦାନା ପାଣିରେ ଭଲ ଭାବେ ମିଶିଗଲା ପରେ ତାହାକୁ କାଢି ଗୋଟିଏ ରାତି ପର୍ଯ୍ୟନ୍ତ ରଖି ଦିଅନ୍ତୁ। ତାପର ଦିନ ଏକ ସଫା ବଡ ଜରି ଆଣି ତାକୁ ଭଲ ଭାବେ ସଫା କରନ୍ତୁ। ତାପରେ ଶାଗୁରେ ଅଳ୍ପ ଜିରା ପକାଇ ମିଶାଇ ଦିଅନ୍ତୁ। ଏହାପରେ ମିଶ୍ରଣକୁ ଚାମଚ ସାହାର୍ଯ୍ୟରେ ଗୋଲ ଗୋଲ କରି ଛୋଟ ପିଠା ପରି କରନ୍ତୁ। ଏହାପରେ ଶାଗୁ ପିଠାକୁ ନେଇ ଖରାରେ ୩-୪ଘଣ୍ଟା ଶୁଖାଇ ଦିଅନ୍ତୁ। ଶାଗୁ ପିଠା ଗୁଡିକ ଭଲ ଭାବେ ଶୁଖିଗଲା ପରେ ତାକୁ ଏକ ବନ୍ଦ ଡବା ଭିତରେ ରଖନ୍ତୁ। ଏହାକୁ ଆପଣଙ୍କ ଇଚ୍ଛା ଅନୁଯାୟୀ ତେଲରେ ଛାଣି ଖାଆନ୍ତୁ।

 

kalyan agarbati

Comments are closed.