ବିବାହିତ ମହିଳା ଗୋଡ ମୁଦି ପିନ୍ଧିବାର ବୈଜ୍ଞାନିକ କାରଣ
ବିବାହିତ ମହିଳାମାନେ ପାଦର ଆଙ୍ଗୁଠୀରେ ମୁଦି ପିନ୍ଧି ଥାଆନ୍ତି। ଏହାକୁ ପାଦର ଦୁଇଟି କିମ୍ବା ତିନୋଟି ଆଙ୍ଗୁଠୀରେ ପିନ୍ଧାଯାଏ। ଏହା ସଧବା ନାରୀଙ୍କ ଆଭୂଷଣ ଅଟେ। କେବେ ବି ପାଦ ଆଙ୍ଗୁଠୀରେ ସୁନା ଧାରଣ କରିବା ଉଚିତ ନୁହେଁ। ସର୍ବଦା ରୂପାର ମୁଦି ଧାରଣ କରିବା ଉଚିତ। କାରଣ ରୂପା ଚନ୍ଦ୍ରଙ୍କ କାରକ ଅଟେ। ମହିଳାମାନେ ଗୋଡ ମୁଦି କେବଳ ବିବାହିତ ହେବାର ସଙ୍କେତ ଦେଇ ନଥାଏ ଏହାର ଅନେକ ବୈଜ୍ଞାନିକ କାରଣ ମଧ୍ୟ ରହିଛି। ଏହାକୁ ପିନ୍ଧିବା ଦ୍ବାରା ମହିଳା ସୁସ୍ଥ ରହିଥାଆନ୍ତି।
ପାଦର ଆଙ୍ଗୁଠୀରେ ମୁଦି ପିନ୍ଧିବା ଦ୍ବାରା ଏହା ପାଦର ତଳ ଭାଗରୁ ଆରମ୍ଭ କରି ନାଭି ପର୍ଯ୍ୟନ୍ତ ସମସ୍ତ ଶିରା ଓ ମାଂସପେଶୀୟକୁ ସନ୍ତୁଳିତ କରି ରଖିଥାଏ। ମହିଳାଙ୍କ ପାଦର ଦ୍ବିତୀୟ ଆଙ୍ଗୁଠୀର ଶିରା ସେମାନଙ୍କ ଗର୍ଭାଶୟ ସହ ଜଡିତ। ସେହି ଆଙ୍ଗୁଠୀରେ ମୁଦି ଧାରଣ କରିବା ଦ୍ବାରା ଗର୍ଭାଶୟ ସନ୍ତୁଳିତ ହୋଇଥାଏ। ଏହାସହ ରକ୍ତଚାପର ସମସ୍ୟା ମଧ୍ୟ ସମ୍ଭବତଃ କମ ହୋଇଥାଏ। ଏହାସହ ରକ୍ତ ସଠିକ ଭାବେ ପ୍ରବାହିତ ହୋଇଥାଏ।
ପାଦର ଆଙ୍ଗୁଠୀରେ ମୁଦି ପିନ୍ଧିବାର ପରମ୍ପରା ପ୍ରାଚୀନ କାଳରୁ ରହି ଆସିଛି। ରୂପାର ମୁଦି ପାଦରେ ଧାରଣ କରିବା ଦ୍ବାରା ଶରୀରକୁ ଶୀତଳତା ପ୍ରାପ୍ତି ହୋଇଥାଏ। ଏହାସହ ଶରୀରକୁ ଶକ୍ତି ମଧ୍ୟ ମିଳିଥାଏ। ରୂପାର ଗୋଡ ମୁଦି ଧାରଣ କରିବା ଦ୍ବାରା ତାହା ମହିଳାଙ୍କୁ ନକରାତ୍ମକ ଶକ୍ତି ଠାରୁ ଦୂରେଇ ରଖେ। ଏହାସହ ମାନସିକ ଚିନ୍ତାରୁ ଯଥା ସମ୍ଭବ ମୁକ୍ତି ମିଳିଥାଏ। ମାଛ ଆକୃତିର ଗୋଡ ମୁଦି ଧାରଣ କରିବା ସବୁଠାରୁ ଉତ୍ତମ ବୋଲି କୁହାଯାଇଛି।