ଖରା ଦିନେ ସୁନ୍ଦର ଦେଖାଯିବା ପାଇଁ କିଛି ଟିପ୍ସ

0

ସାଧାରଣତଃ ଖରା ଦିନେ ଆମ ଚର୍ମ ଶୁଷ୍କ ହୋଇଯାଏ। ସେଥିପାଇଁ ଏହାର ସଠିକ ଭାବେ ଯତ୍ନ ନେବା ଉଚିତ। ଅନେକ ଲୋକ କହିଥାଆନ୍ତି ଯେ, ସେମାନଙ୍କ ଚର୍ମ କେବଳ ଶୀତ ଦିନେ ଶୁଷ୍କ ହୋଇଥାଏ କିନ୍ତୁ ଏହା ଭୁଲ। ଶୀତ ଦିନେ ଚର୍ମକୁ ଯେତିକି ପୋଷଣ ଆବଶ୍ୟକ ଖରା ଦିନେ ମଧ୍ୟ ଚର୍ମ ପାଇଁ ସେତିକି ଦରକାର। ଖରା ଦିନେ ଅଧିକ ସୂର୍ଯ୍ୟ କିରଣ ଦ୍ବାରା ଚର୍ମ ଶୁଖିଯାଇଥାଏ। ଏହି କାରଣରୁ ମୁହଁ ଓ ଶରୀରର ଅଧିକ ସ୍ଥାନ ଶୁଷ୍କ ଦେଖାଯାଏ। ତେବେ ଆସନ୍ତୁ ଜାଣିବା ଖରା ଦିନେ ଚର୍ମର କିପରି ଯତ୍ନ ନେବା ଉଚିତ ..

ପାଣିର ଅଧିକ ସେବନ :

ଖରା ଦିନେ ଅଧିକ ପାଣି ପିଇବା ଉଚିତ। ଏହାଦ୍ବାରା ମୁହଁରେ ଚମକ ଆସିବା ସହ ଶରୀରକୁ ଅନେକ ରୋଗ ଠାରୁ ରକ୍ଷା କରିଥାଏ। ଖରା ଦିନେ ଶରୀରରେ ଜଳୀୟ ଅଂଶର ଅଭାବ ଦେଖା ଦେଇଥାଏ ତେଣୁ ଅଧିକ ପାଣି ପିଇବା ଉଚିତ। ଅଧିକ ପାଣି ପିଇବା ଦ୍ବାରା ରକ୍ତ ବିଶୁଦ୍ଧ ହୋଇଥାଏ।

ସ୍ବାସ୍ଥ୍ୟକର ଖାଦ୍ୟ :

ଖାଦ୍ୟ ସର୍ବଦା ଆମ ଶରୀରରେ ପ୍ରଭାବ ପକାଇଥାଏ। ଉତ୍ତମ ସ୍ବାସ୍ଥ୍ୟ ପାଇଁ ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ଉଚିତ। ଖରା ଦିନେ ବେଶୀ ତେଲ ଓ ମସଲା ଯୁକ୍ତ ଖାଦ୍ୟ ଖାଇବା ଅନୁଚିତ। କାରଣ ଏହା ହଜମ କ୍ରିୟା ଉପରେ ପ୍ରଭାବ ପକାଇଥାଏ। ଖରା ଦିନେ  ଡାଏଟରେ ଶୀଘ୍ର ହଜମ ହେବା ପରି ଖାଦ୍ୟ ସାମିଲ କରିବା ଉଚିତ ଯାହା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହେବ। ଖରାଦିନେ ସତେଜ ଫଳ ଓ ପନିପରିବା ସହ ଜୁସ ମଧ୍ୟ ପିଇପାରିବେ।

prayash

ସନସ୍କ୍ରିନ ଲୋଶନ :

ଖରା ଦିନେ ବାହାରକୁ ଯିବା ପୂର୍ବରୁ ସନସ୍କ୍ରିନ ଲୋଶନ ଲଗାଇବା ଉଚିତ। ଏହାଦ୍ବାରା ସୂର୍ଯ୍ୟଙ୍କ କିରଣରୁ ରକ୍ଷା ମିଳିଥାଏ।

ମଶ୍ଚରାଇଜର :

ଯେକୌଣସି ଋତୁ ହେଉ ନା କାହିଁକି ମଶ୍ଚରାଇଜର ଲଗାଇବା ଉଚିତ। ଖରା ଦିନେ ମୁହଁ ପାଇଁ ଭଲ ମଶ୍ଚରାଇଜରର ବ୍ୟବହାର କରିବା ଉଚିତ। ଗାଧୋଇବା ପରେ ମଶ୍ଚରାଇଜର ଲଗାଇବା ଉଚିତ।

ଗରମ ପାଣିରେ ଗାଧୋଇବା ଅନୁଚିତ :

ଅନେକ ଲୋକଙ୍କର ଗରମ ପାଣିରେ ଗାଧୋଇବା ଅଭ୍ୟାସ ରହିଛି। ଖରା ଦିନେ ଏହି ଅଭ୍ୟାସରୁ ନିବୃତ୍ତ ରହିବା ଉଚିତ। କାରଣ ଏହା ଚର୍ମ ଉପରେ ଖରାପ ପ୍ରଭାବ ପକାଇଥାଏ। ଏହାଦ୍ବାରା ମୁହଁର ଶୁଷ୍କ ଓ ଖରାପ ଦେଖାଯାଇଥାଏ।

 

kalyan agarbati
Leave A Reply