ଅନେକ ସ୍ବାସ୍ଥ୍ୟ ସମସ୍ୟା ଦୂର କରେ ପିଆଜ ରସ
ପିଆଜରେ ଆଣ୍ଟି-ଅକ୍ସାଇଡ, କ୍ୟାଲସିୟମ, ମ୍ୟାଗ୍ନେସିୟମ, ଆଇରନ, କପର ଓ ଫସଫରସ ପର୍ଯ୍ୟାପ୍ତ ମାତ୍ରାରେ ରହିଛି। ପିଆଜ ଅନେକ ରୋଗ ନିମନ୍ତେ ମହୌଷଧୀ ଅଟେ। ଏହାସହ ପିଆଜ ରସ ମଧ୍ୟ ଅନେକ ରୋଗ ଠାରୁ ଦୂରେଇ ରଖିବାରେ ସହାୟକ ହୋଇଥାଏ। ଏହା ଶରୀର ପାଇଁ ଲାଭଦାୟକ ଅଟେ। ସମସ୍ତେ ଜାଣିଛନ୍ତି ଯେ, କେଶ ଝଡିବା ରୋକିବା ପାଇଁ ପିଆଜ ରସକୁ ବ୍ୟବହାର କରାଯାଇଥାଏ। ଏହାକୁ କେଶର ଶିରାରେ ଲଗାଇବା ଦ୍ବାରା କେଶ ଝଡିବା ବନ୍ଦ ହୋଇଥାଏ। ଏହା ବ୍ୟତୀତ ଅନେକ ଘରୋଇ ଉପାୟରେ ପିଆଜର ରସକୁ ବ୍ୟବହାର କରାଯାଇଥାଏ। ଆସନ୍ତୁ ଜାଣିବା କ’ଣ ପାଇଁ ପିଆଜ ରସକୁ ବ୍ୟବହାର କରାଯାଇଥାଏ।
ପେଟ ସମସ୍ୟା ଦୂର କରେ :
ପିଆଜ ରସରେ ଫାଇବରର ମାତ୍ରା ପର୍ଯ୍ୟାପ୍ତ ପରିମାଣରେ ରହିଛି। ଏହାର ବ୍ୟବହାର ଦ୍ବାରା ଶରୀରରୁ ବ୍ୟାକ୍ଟେରିଆ ନଷ୍ଟ ହୋଇଯାଏ। ପେଟର ଯେକୌଣସି ସମସ୍ୟା ହେଉଥିଲେ ପିଆଜ ଖାଇବା ଦ୍ବାରା ସେଥିରୁ ମୁକ୍ତି ମିଳିଥାଏ।
ଶ୍ବାସନଳୀ ଠିକ ରଖେ :
ପିଆଜ ରସ ଥଣ୍ଡାଜ୍ବର ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ। ଏହା ଶ୍ବାସ ନଳୀରେ ବ୍ୟାକ୍ଟେରିଆ ଓ କଫକୁ ନଷ୍ଟ କରିଦିଏ। ଏହାଦ୍ବାରା ଥଣ୍ଡାଜ୍ବରରୁ ଉପଶମ ମିଳିଥାଏ।
କେଶର ସମସ୍ୟା ଦୂର କରେ :
ପିଆଜର ରସକୁ କେଶର ଶିରାରେ ଲଗାଇବା ଲାଭଦାୟକ ହୋଇଥାଏ। ଏହା କେଶର ରୁକ୍ଷତା ଦୂର କରିବା ସହ ଝଡିବା ବନ୍ଦ କରିଥାଏ।
ଏହାସହ ଊଙ୍କୁଣୀ ସମସ୍ୟା ମଧ୍ୟ ଦୂର କରେ।
ମହୁମାଛି କାମୁଡିଲେ :
ମହୁମାଛି କାମୁଡିଲେ ପିଆଜ ରସ ଲଗାଇବା ଦ୍ବାରା ସେଥରୁ ତୁରନ୍ତ ଉପଶମ ମିଳେ। ଏହାଦ୍ବାରା ଦରଜ ମଧ୍ୟ କମ ହୋଇଥାଏ।