www.samajalive.in
Tuesday, November 18, 2025
27.1 C
Bhubaneswar

ଓଡ଼ିଶାରେ ଆୟୁଷ୍ମାନ ଭାରତ ପାଇଁ ବୁଝାମଣା ପତ୍ର ସ୍ଵାକ୍ଷରିତ

ସମାଜ ଡିଜିଟାଲ ଡେସ୍କ: ଓଡ଼ିଶାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ ପାଇଁ ସୋମବାର ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି। ଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି। ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ଗୋଟିଏ କାର୍ଡ ଦିଆଯିବ ବୋଲି ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଏହି ଅବସରରେ ସୂଚନା ଦେଇଛନ୍ତି।

ବିଜ୍ଞାନ ଭବନରେ ଆୟୋଜିତ ଏହି ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା, କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ୍ ଓରାମ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ।

- Advertisement -

ସୂଚନାଯୋଗ୍ୟ, ରାଜ୍ୟରେ ଆସନ୍ତା ଫେବୃଆରୀ ମାସରୁ ଆୟୁଷ୍ମାନ ଭାରତ ଯୋଜନାକୁ ଲାଗୁ କରାଯିବ। ଏନେଇ ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ପୂର୍ବରୁ ସୂଚନା ଦେଇଥିଲେ। ଏମଓୟୁ ସ୍ୱାକ୍ଷରିତ ହେବା ପରେ କାର୍ଡ ପ୍ରିଣ୍ଟ ହୋଇ ଫେବୃଆରୀରୁ ଲାଗୁ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରକାଶ କରିଥିଲେ। ଆଜି ଏମଓୟୁ ସ୍ଵାକ୍ଷରିତ ହେବାପରେ ଏବେ ଖୁବଶୀଘ୍ର ନୂଆ କାର୍ଡ଼ ପ୍ରଦାନ କରାଯିବ। ଏଥିରେ ପୁରୁଷଙ୍କ ପାଇଁ ୫ ଲକ୍ଷ ଏବଂ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ।

Hot this week

କିଏ ଏହି ହିଡମା , ଯାହାକୁ ଧରିବା ପାଇଁ ଥିଲା ୧କୋଟି ଟଙ୍କାର ପୁରସ୍କାର ?

ମାଲକାନଗିରି : ମାଓବାଦୀ ମୁକ୍ତ ଅପରେସନରେ ଆଜି ସକାଳେ ମାଲକାନଗିରି ସୀମାନ୍ତରେ...

ସାଇବର ଠକେଇ: ୧୨ ଗିରଫ

ଝାରସୁଗୁଡା: ଝାରସୁଗୁଡାରେ ବଡଧରଣର ସାଇବର ଠକେଇର ପର୍ଦ୍ଦାଫାଶ ହୋଇଛି। ଝାରସୁଗୁଡା ପୁଲିସ୍‌...

ଏସସିବିରେ ଲଜ୍ଜା: ଆଇସିୟୁ ଭିତରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ

ସମାଜଲାଇଭ ଡେସ୍କ: କଟକ ବଡ଼ ଡାକ୍ତରଖାନାରେ ଘଟିଛି ଲଜ୍ଜାଜନକ ଘଟଣା। ବଡ଼...

୧୦ ଅଭିଯୁକ୍ତଙ୍କ ନାଁରେ ଏନ୍‌ଆଇଏ ଚାର୍ଜସିଟ୍

ଭୁବନେଶ୍ଵର : ବାଂଲାଦେଶୀ ନାବାଳିକା ଚାଲାଣ ଅଭିଯୋଗରେ ୧୦ ଅଭିଯୁକ୍ତଙ୍କ ନାଁରେ...

ଏକ୍ସ ଓ ଚାଟ୍‌ଜିପିଟି ସର୍ଭର ଡାଉନ୍

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଏବଂ ଚାଟ୍ ଜିପିଟି ସର୍ଭର...

Related Articles

Popular Categories