www.samajalive.in
Saturday, December 6, 2025
23.1 C
Bhubaneswar

ଅଧିକ ଲୁଣ ଖାଇ ବର୍ଷକୁ ପ୍ରାଣ ହରାଉଛନ୍ତି ୨୦ ଲକ୍ଷ ଲୋକ

ସମାଜ ଡିଜିଟାଲ ଡେସ୍କ: ଲୁଣ ବିନା ଖାଦ୍ୟ ସ୍ଵାଦହୀନ ବୋଲି କୁହାଯାଏ। କିଛି ବ୍ୟକ୍ତି ଖାଦ୍ୟରେ ଅଧିକ ଲୁଣ ମଧ୍ୟ ଖାଇଥା’ନ୍ତି। ତେବେ ଅଧିକ ଲୁଣ ଖାଇବା ମଣିଷ ପାଇଁ ଘାତକ। ଇତିମଧ୍ୟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ତରଫରୁ କରାଯାଇଥିବା ଏକ ସର୍ବେକ୍ଷଣରୁ ଅଧିକ ଲୁଣ ଖାଇ ବର୍ଷକୁ ୨୦ ଲକ୍ଷ ବ୍ୟକ୍ତି ପ୍ରାଣ ହରାଉଥିବା ଜଣାପଡ଼ିଛି। ଅଧିକମାତ୍ରାରେ ଲୁଣ ଖାଇବା ଦ୍ବାରା ରକ୍ତଚାପ ବଢ଼ିଥାଏ, ଯାହାକି ପରବର୍ତ୍ତୀ ସମୟରେ ହୃଦ୍‌ଘାତର କାରଣ ହୋଇଥାଏ ବୋଲି ଏହି ସର୍ଭେ ରିପୋର୍ଟରେ ଦର୍ଶାଯାଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ତରଫରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ନିମ୍ନମାନର ଖାଦ୍ୟ ଖାଇବା ଫଳରେ ବିଶ୍ବରେ ବର୍ଷକୁ ପ୍ରାୟ ୮୦ ଲକ୍ଷ ବ୍ୟକ୍ତି ପ୍ରାଣ ହରାଉଥିବାବେଳେ ଅଧିକ ଲୁଣ ଖାଇ ପାଖାପାଖି ୨୦ ଲକ୍ଷ ଲୋକ ପ୍ରାଣ ହରାଇଥାନ୍ତି। ଅଧିକ ଲୁଣ ଖାଇ ହୃଦ୍‌ଘାତରେ ବହୁ ଲୋକ ପ୍ରାଣ ହରାଉଥିବାବେଳେ ବୃକକ୍‌ ରୋଗରେ ପୀଡ଼ିତ ହୋଇ ମଧ୍ୟ ଅନେକ ବ୍ୟକ୍ତି ମୃତ୍ୟୁମୁଖରେ ପଡ଼ୁଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହାବ୍ୟତୀତ ପେଟରୋଗ, ମେଦବହୁଳତା ଓ ଗ୍ୟାଷ୍ଟ୍ରିକ୍‌ କର୍କଟ ରୋଗ ସୃଷ୍ଟି ପଛରେ ଅଧିକ ଲୁଣ ଖାଇବା ଅନ୍ୟତମ କାରଣ ବୋଲି ଦର୍ଶାଯାଇଛି। ନିଜକୁ ସୁସ୍ଥ ରଖିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ଅଧିକ ଲୁଣଯୁକ୍ତ ଖାଦ୍ୟ ଖାଇବାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories