www.samajalive.in
Friday, November 14, 2025
25.1 C
Bhubaneswar

ଏହି ଲକ୍ଷଣ ଦେଖାଯିବା ଦିଏ ଶରୀର ସୁସ୍ଥ ରହିବାର ସଙ୍କେତ..

ଅନେକ ସମୟରେ ଅଧିକାଂଶଙ୍କ ମନରେ ପ୍ରଶ୍ନ ଆସିଥାଏ, ଯେ ଆମ ଶରୀର ସୁସ୍ଥ ଅଛି କି ନାହିଁ। ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସ୍ୱାସ୍ଥ୍ୟକର ଜୀବନଶୈଳୀ, ଉତ୍ତମ ନିଦ, ମାନସିକ ଦୁଃଶ୍ଚିନ୍ତାରୁ ଦୂର ରହିବା ନିତାନ୍ତ ଜରୁରୀ। ଏସବୁ ବିନା ଶରୀର ସୁସ୍ଥ ରହିବା ଅସମ୍ଭବ। କିଛି ଏଭଳି ଲକ୍ଷଣ ରହିଛି, ଯାହା ଆପଣଙ୍କ ଶରୀର ସୁସ୍ଥ ରହିବାର ସଙ୍କେତ ଦେଇଥାଏ। ଜାଣନ୍ତୁ ସେହି ଲକ୍ଷଣ ବିଷୟରେ..

ଆପଣଙ୍କ ଜିଭର ରଙ୍ଗ ହାଲକା ଲାଲ ରଙ୍ଗ କିମ୍ବା ହାଲକା ଗୋଲାପି ରଙ୍ଗ ଥାଇ ସାମାନ୍ୟ ଧଳା ଦେଖାଗଲେ, ଏହାର ଅର୍ଥ ଆପଣଙ୍କ ପାଟି, ଦାନ୍ତ ସହ ଜଡିତ କୌଣସି ସମସ୍ୟା ନାହିଁ। ମାତ୍ର ଜିଭର ରଙ୍ଗ ବଦଳିଲେ ପାଟି ଜନିତ କୌଣସି ସସମ୍ୟା ଥିବା ଏହା ସୂଚନା ଦେଇଥାଏ।

- Advertisement -

କିଡନୀ ସୁସ୍ଥ ରହିବାର ସଙ୍କେତ ପରିଶ୍ରା ଦେଇଥାଏ। ପରିଶ୍ରାର ରଙ୍ଗ ସଫା ଥିଲେ ଏହାର ଅର୍ଥ ଶରୀରରେ ଜଳୀୟଅଂଶର ମାତ୍ରା ସଠିକ୍ ଥିବା ସୂଚନା ଦେଇଥାଏ। ମାତ୍ର ସର୍ବଦା ଗାଢ ରଙ୍ଗର ପରିଶ୍ରା ହେବା ଅର୍ଥ କିଡନୀ ଜନିତ ସମସ୍ୟା ରହିଛି। ଏହାର ସ୍ପଷ୍ଟତା ପାଇଁ ଡାକ୍ତରଙ୍କ ସହ ପରାମର୍ଶ କରିବା ସହ ଆବଶ୍ୟକ ପରୀକ୍ଷା କରାଇବା ଉଚିତ୍। ପେଟ ଭଲ ଭାବେ ସଫା ହେଉଥିଲେ, ଏହାର ଅର୍ଥ ଆପଣଙ୍କ ଖାଦ୍ୟ ଭଲରେ ହଜମ ହେବା ସହ ପାଚନ ସୁସ୍ଥ ରହିଛି।

ସାପ୍ତାହିକ ରାଶିଫଳ : ମେଷ ଠାରୁ ମୀନ, ମେ’ ୨୦ରୁ କେମିତି କଟିବ ; ଏମାନଙ୍କୁ ମିଳିବ ଧନ..

ଅନ୍ୟ ଏକ ଉପାୟ ଅନୁଯାୟୀ, ନିଜ ଗୋଡକୁ ପରସ୍ପର ମଧ୍ୟରେ ଛନ୍ଦି ବସି କରି ଉଠନ୍ତୁ। ଏପରି ୨ରୁ ୩ ଥର କରନ୍ତୁ। ସହଜରେ ବସି ଉଠି ପାରିଲେ ଶରୀର ସୁସ୍ଥ ରହିଛି ବୋଲି ଜାଣିବେ। ରୋଗଗ୍ରସ୍ତ ହେବାର ସମ୍ଭାବନା କମ୍ ବୋଲି ଏହା ସୂଚନା ଦିଏ।
ବର୍ଷକୁ ଥରେ କିମ୍ବା ୨ ଥର ଖୁବ୍ ଜୋରରେ ଥଣ୍ଡା-କାଶ ନହେବା ଅର୍ଥ ଆପଣଙ୍କ ରୋଗ ପ୍ରତିରୋଧକ କ୍ଷମତା ସଠିକ୍ ରହିଛି। ଶୀଘ୍ର ରୋଗଗ୍ରସ୍ତ ହେବେ ନାହିଁ।

ମାତ୍ର ବାରମ୍ବାର ଥଣ୍ଡା ଜ୍ୱରରେ ଆକ୍ରାନ୍ତ ହେଲେ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ରହିଛି ବୋଲି ସଙ୍କେତ ଦିଏ। ଏହି ସମସ୍ୟା ଦୂର କରିବା ପାଇଁ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ଖାଦ୍ୟର ସେବନ କରନ୍ତୁ।

ତ୍ୱଚାରୁ ମଧ୍ୟ ଶରୀର ସୁସ୍ଥ ଥିବା ସୂଚନା ମିଳେ। ତ୍ୱଚା କିମ୍ବା ହାତରେ ଏକ ସ୍ଥାନକୁ ହାଲକା ଚିମୁଟନ୍ତୁ। ଯଦି ତୁରନ୍ତ ସେହି ସ୍ଥାନ ସଠିକ୍ ରହୁଛି ପୂର୍ବପରି ତେବେ ଶରୀର ସୁସ୍ଥ ରହିଛି। ମାତ୍ର କିଛି ସମୟ ଧରି ସେହି ସ୍ଥାନ କୁଞ୍ଚନ ହୋଇ ରହିବା ଅର୍ଥ ଶରୀରରେ ଜଳୀୟଅଂଶର ମାତ୍ରା କମ୍ ରହିଛି। ଅଧିକ ସମୟ ଧରି କୁଞ୍ଚନ ହୋଇ ରହିବାର ଅର୍ଥ ସ୍ୱାସ୍ଥ୍ୟ ଜନିତ ଅନ୍ୟ ସମସ୍ୟା ମଧ୍ୟ ରହିଛି। ଏଭଳି ହେଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

୩ଟି ବାସ୍ତୁ ଉପାୟ; ଘରେ ଜମା ହେବନି ଟଙ୍କା ଅଭାବ,କି ବାସ୍ତୁ ଦୋଷ..

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଶରୀର ସୁସ୍ଥ ରହିବା ସହ ମାନସିକ ସୁସ୍ଥତା ମଧ୍ୟ ଆବଶ୍ୟକ। ସର୍ବଦା ଚିନ୍ତାମୁକ୍ତ ଓ ହସଖୁସିରେ ରହିବାକୁ ଚେଷ୍ଟା କରନ୍ତୁ।

 

Hot this week

୭ମ ରାଉଣ୍ଡ ସୁଦ୍ଧା ଜୟ ଢୋଲକିଆଙ୍କୁ ୩୬, ୦୮୮ ଭୋଟ୍

ନୂଆପଡ଼ା: ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ।...

ବିହାର ଜନାଦେଶ: ଏନଡିଏକୁ ବଡ ସଫଳତା, ପଛରେ ମହାମେଣ୍ଟ

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନରେ ମ୍ୟାଜିକ ନମ୍ବର ପାର...

ବିହାର ଜନାଦେଶ: ୧୭୫ ସିଟରେ ଆଗୁଆ ରହିଛି ଏନଡିଏ, ମହାମେଣ୍ଟ ୬୪

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି...

ଦିଲ୍ଲୀ ବିସ୍ଫୋରଣ: ମାଷ୍ଟରମାଇଣ୍ଡର ଘର ଉଡାଇଲେ ସୁରକ୍ଷା କର୍ମୀ

ସମାଜ ଡିଜିଟାଲ ଡେସ୍କ: ଦିଲ୍ଲୀର ଲାଲକିଲ୍ଲାଠାରେ କାର ବିସ୍ଫୋରଣ ଘଟାଇ ଥିବା...

ନୂଆପଡା ମତଗଣନା: ଆଗରେ ବିଜେପି, ୧୨୮୧୫ ଭୋଟରେ ଆଗୁଆ ଜୟ ଢୋଲକିଆ

ଡେସ୍କ: ନୂଆପଡା ବିଧାନସଭା ଉପନିର୍ବାଚନରେ ପ୍ରାରମ୍ଭିକ ପର୍ଯ୍ୟାୟରେ ବିଜେପି ପ୍ରାର୍ଥୀ ଜୟ...

Related Articles

Popular Categories