www.samajalive.in
Monday, December 15, 2025
24.1 C
Bhubaneswar

ପେଟ ବଢିବାକୁ ନେଇ ଚିନ୍ତିତ କି ? ପ୍ରତିଦିନ ପିଅନ୍ତୁ ଏହି ଜୁସ୍, ମିଳିବ ସୁଫଳ…

ନୂଆଦିଲ୍ଲୀ: ଆଜିକାଲିର ବ୍ୟସ୍ତବହୁଳ ଜୀବନଣୈଳୀ ଏବଂ ଖରାପ ଖାଦ୍ୟ ପ୍ରଣାଳୀ ଯୋଗୁଁ ଆମେ ଅନେକ ସମୟରେ ବିଭିନ୍ନ ପ୍ରକାର ସ୍ଵାସ୍ଥ୍ୟ ସମସ୍ୟା ଭୋଗିଥାଉ। କିନ୍ତୁ ଅନେକ ଲୋକ ସର୍ବଦା ନିଜ ଶରୀର ପ୍ରତି ସଚେତନ ରହିଥାଏ। ସର୍ବଦା ନିଜକୁ ଫିଟ୍ ଏବଂ ସୁନ୍ଦର ରଖିବାକୁ ଚେଷ୍ଟା କରିଥାନ୍ତି। କେହି କେହି ସକାଳୁ ଉଠି ବ୍ୟାୟାମ କରନ୍ତି ତ ଆଉ କିଏ ବ୍ୟାୟାମରେ ସମୟ ବିତାନ୍ତି। ବର୍ତ୍ତମାନ ସମୟରେ ପେଟ ପଢିବା ସମସ୍ତଙ୍କ ପାଇଁ ପ୍ରମୂଖ କାରଣ ପାଲଟିଛି। ଆସନ୍ତୁ ଜାଣିବା ଘରୋଇ ଉପାୟରେ ଆମେ କିପରି ପେଟ କମାଇପାରିବା। ପେଟ କମ୍‌ କରିବାରେ କାକୁଡ଼ି ଓ ଲେମ୍ବୁପାଣିର ଭୂମିକା ଗୁରୁତ୍ୱପୂର୍ଣ୍ଣ। କାକୁଡ଼ି ଖାଇବା ଫଳରେ ଶରୀରରେ ଚର୍ବି ଅଂଶ କମ୍‌ ହୋଇଥାଏ। ସେହିପରି ଲେମ୍ବୁ ପେଟର ଚର୍ବି ଅଂଶକୁ କମ୍‌ କରିଥାଏ। ସେଥିପାଇଁ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ୍‌ କାକୁଡ଼ି ଜୁସ୍‌ ପିଇବା ଫଳରେ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ। ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ।  ପ୍ରଥମେ କାକଡ଼ିରୁ ଚୋପା ଛଡ଼ାଇ ସେଥିରେ ଅଦା ଓ ପୋଦିନା ପତ୍ର ପକାଇ ମିଶ୍ରଣ କରନ୍ତୁ। ଏଥିରେ ଲେମ୍ବୁରସ, ଜିରା ପାଉଡର, ସ୍ବାଦ ଅନୁସାରେ କଳା କିମ୍ବା ଧଳା ଲୁଣ ମିଶାଇ ଶୋଇବା ପୂର୍ବରୁ ପିଅନ୍ତୁ। ପ୍ରତିଦିନ ଏହାକୁ ପିଇବା ଦ୍ୱାରା ପେଟ କମ୍‌ ହୋଇଯାଇଥାଏ।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories