www.samajalive.in
Sunday, December 7, 2025
26.1 C
Bhubaneswar

୮୬ ବର୍ଷୀୟା ବୃଦ୍ଧାଙ୍କୁ ୨ ମାସ ପର୍ଯ୍ୟନ୍ତ ଡିଜିଟାଲ ଆରେଷ୍ଟ, ଠକିନେଲେ ୨୦ କୋଟି

ସମାଜ ଡିଜିଟାଲ ଡେସ୍କ: ଜଣେ ୮୬ ବର୍ଷୀୟା ବୃଦ୍ଧାଙ୍କୁ ସାଇବର ଠକମାନେ ୨ ମାସ ଧରି ଡିଜିଟାଲ ବନ୍ଦୀ କରି ରଖିବା ସହିତ ୨୦ କୋଟି ଟଙ୍କା ଠକି ନେଇଛନ୍ତି। ମହିଳାଙ୍କୁ ବିଭିନ୍ନ ଧମକ ଦେବା ସହିତ ପିଲାମାନଙ୍କୁ ଗିରଫ କରିବାର ଭୟ ଦେଖାଇ ଏହି ଅର୍ଥ ଲୁଟି ନେଇଛନ୍ତି ସାଇବର ଅପରାଧୀ। ଶେଷରେ ମହିଳା ଜଣକ ଏ ନେଇ ପୁଲିସକୁ ଜଣାଇବା ପରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଘଟଣାଟି ଘଟିଛି ମୁମ୍ବଇରେ।

ସୂଚନା ଅନୁସାରେ, ସାଇବର ଠକମାନେ ଏକ ଅଜ୍ଞାତ ନମ୍ବରରୁ ମହିଳାଙ୍କୁ କଲ କରିଥିଲେ। କଲ କରିଥିବା ଜଣେ ବ୍ୟକ୍ତି ନିଜକୁ ସନ୍ଦୀପ ରାଓ ଏବଂ ସେ ଜଣେ ସିବିଆଇ ଅଧିକାରୀ ବୋଲି ପରିଚୟ ଦେଇଥିଲା। ମହିଳାଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ବେଆଇନ କାର୍ଯ୍ୟକଳାପ ପାଇଁ ଟଙ୍କା ନେଣଦେଣ ହୋଇଥିବା ସେ କହିବା ସହିତ ତାଙ୍କ ନିକଟରେ ମହିଳାଙ୍କୁ ଏବଂ ତାଙ୍କ ପିଲାମାନଙ୍କୁ ଗିରଫ କରିବାର ୱାରେଣ୍ଟ ରହିଥିବା କହିଥିଲେ। ମହିଳାଙ୍କୁ ଏପରି ଭାବେ ପ୍ରତି ୨/୩ ଘଣ୍ଟା ବ୍ୟବଧାନରେ ସାଇବର ଠକ କଲ କରି ହଇରାଣ ହରକତ କରୁଥିଲେ। ପର୍ଯ୍ୟାୟକ୍ରମେ ସେମାନେ ମହିଳାଙ୍କୁ ଧମକଚମକ ଦେଇ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପ୍ରାୟ ୨୦ କୋଟି ଟଙ୍କା ଠକି ନେଇଥିଲେ। ଯେଉଁଥିପାଇଁ ମହିଳାଙ୍କ ଚାଳିଚଳନ ଓ ବ୍ୟବହାରରେ ପରିବର୍ତ୍ତନ ଆସଥିଲା। ଘରେ କାମ କରୁଥିବା ଅନ୍ୟ ଜଣେ ମହିଳା ଏହା ଲକ୍ଷ୍ୟ କରିବା ପରେ ତାଙ୍କ ଝିଅକୁ ଜଣାଇଥିଲେ। ଶେଷରେ ଘଟଣା ଉପରୁ ପରଦା ହଟିଥିଲା। ଥାନାରେ ଏ ନେଇ ଅଭିଯୋଗ ହେବା ପରେ ପୁଲିସ ଉକ୍ତ ମୋବାଇଲ ନମ୍ବର ଟ୍ରାକ କରି ୨୦ ବର୍ଷୀୟ ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories