ଓଲଟିଲା ପିକଅପ୍ ଭ୍ୟାନ୍, ଡ୍ରେନରେ ଭାସିଗଲେ କ୍ବିଣ୍ଟାଲ କ୍ବିଣ୍ଟାଲ ମାଗୁର

ବାଲେଶ୍ବର : ପିକଅପ୍ ଭ୍ୟାନ୍ ଟାୟାର ଫାଟିଯିବାରୁ ଗାଡି ନିୟନ୍ତ୍ରଣ ହରାଇ ଓଲଟିପଡିବା ଫଳରେ କ୍ବିଣ୍ଟାଲ କ୍ବିଣ୍ଟାଲ ମାଗୁର ମାଛ ଡ୍ରେନରେ ଭାସିଯାଇଛନ୍ତି । ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ୫୭ ନମ୍ବର ରାଜ୍ୟ ରାଜପଥର କଚୁଆଡି ଛକ ନିକଟରେ ଏମିତି ଘଟଣା ଘଟିଛି । ଏକ ପିକଅପ୍ ଭ୍ୟାନ୍ ଜୀଅନ୍ତା ମାଗୁର ମାଛ ନେଇ ଯାଉଥିବା ସମୟରେ ଛକ ନିକଟରେ ଟାୟାର ଫାଟିଯାଇଥିଲା । ଗାଡିଟି ଓଲଟି ପଡିବା ଫଳରେ ସବୁ ମାଛ ନିକଟରେ ଥିବା ଡ୍ରେନରେ ଭାସିଯାଇଥିଲେ । ଘଟଣାସ୍ଥଳରେ ଲୋକଙ୍କ ଭିଡ ଜମିଥିଲା ।

Comments are closed.