www.samajalive.in
Saturday, December 6, 2025
26.1 C
Bhubaneswar

କେନାଲକୁ କାର ଖସି ୨ ମୃତ

ଭବାନୀପାଟଣା: ଇନ୍ଦ୍ରାବତୀ କେନାଲରେ ଏକ କାର ଖସି ପଡ଼ିବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ଅଜା ଓ ନାତି ବୋଲି ଜଣାପଡିଛି। ଉଭୟେ ଲାଲଧର ରାଉତ (୮୨) ଏବଂ ତାଙ୍କର ୫ ବର୍ଷର ନାତି ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ଜୟପାଟଣା ବ୍ଲକ ରେଙ୍ଗାପାଲି ଗାଁର ବଲଦେବ ରାଉତଙ୍କ ପରିବାରର କିଛି ସଦସ୍ୟ କଲମପୁର ବ୍ଲକର ନୂଆଗାଁକୁ ଏକ କାରରେ ଯାଇଥିଲେ। ସେଠାରୁ ଫେରିବା ବେଳେ ଠେଲକୋମୁଣ୍ଡା ଗାଁ ନିକଟରେ ଭାରସାମ୍ୟ ହରାଇ କାରଟି ଇନ୍ଦ୍ରାବତୀ କେନାଲ ଭିତରକୁ ଖସି ପଡିଥିଲା। ଦୁର୍ଘଟଣାରେ ସୂଚନାପାଇ ଆଖପାଖ ଲୋକ ଏବଂ ଜୟପାଟଣା ଅଗ୍ନିଶମ ବିଭାଗ ମିଳିତ ଭାବେ କାରରେ ଥିବା ଲୋକ ଏବଂ ମୃତକ ମାନଂକୁ ଉଦ୍ଧାର କରିଥିଲେ। ଆହତ ମାନଙ୍କୁ ଜୟପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories