www.samajalive.in
Tuesday, December 9, 2025
16.1 C
Bhubaneswar

ଭଡା ଘରୁ ସୁପରଭାଇଜରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଫୁଲବାଣୀ : ଜଣେ ଏଲକ୍ଟ୍ରିକ୍ ପୋଲ ପେଣ୍ଟିଙ୍ଗ ସଂସ୍ଥାର ସୁପର ଭାଇଜରଙ୍କ ଝୁଲନ୍ତା ମୃତଦେହ ଫିରିଙ୍ଗିଆ ସହରର ଏକ ଭଡାଘରୁ ମିଳିବା ଘଟଣା ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ମିଳିଥିବା ସୂଚନା ଅନୁସାରେ ମୃତ ସୁପର ଭାଇଜର ଜଣକ ଗତ ବର୍ଷେ ହେବେ ଫିରିଙ୍ଗିଆ ସହରର ବନ୍ଧ ସାହି ଠାରେ ଏକ ଭଡା ଘରେ ରହିଥିବା ବେଳେ ତାଙ୍କ ନା ସଂଗ୍ରାମ ନାଥ ଓ ତାଙ୍କ ଘର ଭଦ୍ରକ ଜିଲ୍ଲା ତିହିଡି ଥାନା ମିର୍ଜାପୁର ଗାଁରେ ବୋଲି ଜଣାପଡିଛି । ସୂଚନା ଅନୁସାରେ ମୃତକ ଜଣକ ଗତ ସୋମବାର ଦିନ ଅପରାହ୍ନ ପାଞ୍ଚଟା ସମୟରେ କାମ ସାରି ଏକୁଟିଆ ଫେରି ଆସିଥିଲେ । ପରେ ତାଙ୍କର ଅନ୍ୟ ସହଯୋଗୀ ମାନେ ଘରକୁ ଆସିବା ପରେ କବାଟ ବାଡେଇଥିଲେ । କବାଟ ନଖୋଲିବାରୁ ସନ୍ଦେହ ସୃଷ୍ଟି ହୋଇଥିଲା । କବାଟ ଭାଙ୍ଗି ଦେଖିଲା ବେଳକୁ ଯୁବକ ଜଣକ ନିଜ ଗାମୁଛାରେ ଆତ୍ମହତ୍ୟା କରିଛନ୍ତି । ସାଙ୍ଗେ ସାଙ୍ଗେ ପୁଲିସକୁ ଖବର ଦେବାରୁ ଫିରିଙ୍ଗିଆ ପୋଲିସ ଘଟଣାସ୍ଥଳରେ ଫିରିଙ୍ଗିଆ ପୁଲିସର ଏକ ଟିମ ପହଂଚି ତଦନ୍ତ ଆରମ୍ଭ କରିଥିଲା । ପରେ ପରିବାର ଲୋକଙ୍କୁ ଖବର ଦେବାରୁ ଭଦ୍ରକରୁ ତାଙ୍କ ପରିବାର ଲୋକେ ସକାଳ ପାଞ୍ଚଟାରେ ଫିରିଙ୍ଗିଆ ପହଂଚିଥିଲେ । ଏହାସହ ମୃତକଙ୍କ ମାମୁ ପ୍ରଭାତ କୁମାର ପାତ୍ର ଥାନାରେ ଏକ ଲିଖିତ ଏତଲା ଦେବାପରେ ପୋଲିସ ଘଟଣାକୁ ନେଇ ୦୬/୨୦୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଫୁଲବାଣୀ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ବ୍ୟବଚ୍ଛେଦ  କରାଇ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି । ଅନ୍ୟପଟେ ମୃତଙ୍କ ଜଣକ ଗତ ବର୍ଷେ ତଳେ ବିବାହ କରିଥିବା ବେଳେ ତାଙ୍କ ସ୍ତ୍ରୀ ବର୍ତ୍ତମାନ ଛଅ ମାସର ଗର୍ଭବତୀ ଅଛନ୍ତି ଓ ସେ କିଛିଦିନ ତଳେ ହୋଲିରେ ନିଜ ଘର ତିହିଡିକୁ ମଧ୍ୟ ଯାଇଥିବା ସୂଚନା ମିଳିଥିବା ବେଳେ ଯୁବକ ଜଣକ କାହିଁକି ଆତ୍ମହତ୍ୟା କଲେ ଓ ତାର କାରଣ କଣ ତଦନ୍ତ ପରେ ଜଣାପଡିବ ବୋଲି ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ସୂଚନା ଦେଇଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories