www.samajalive.in
Tuesday, December 9, 2025
16.1 C
Bhubaneswar

ବୁଲାଗୋରୁଙ୍କ ପାଇଁ ଅଟକିଲା ମୁଖ୍ୟମନ୍ତ୍ରୀଙ୍କ କାରକେଡ, ରାସ୍ତାରେ ଚାଲିଚାଲି ବୁଝିଲେ ସମସ୍ୟା

ସମାଜ ଡିଜିଟାଲ ଡେସ୍କ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ବୁଧବାର ପୁରା ଆକ୍ସ ମୋଡରେ ଦେଖିବାକୁ ମିଳିଛି। ଦିଲ୍ଲୀର ସଡ଼କ ଉପରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ ହଠାତ ଅଟକିବା ପରେ ତାଙ୍କୁ ଚାଲି ଚାଲି ଯିବାର ଦେଖିବାକୁ ମିଳିଥିଲା। ପୀତମପୁରାରେ ରେଖା ବିକାଶକାର୍ଯ୍ୟର ସମୀକ୍ଷା କରିଥିଲେ। ମେଟ୍ରୋ ପିଲାରରୁ ପୋଷ୍ଟର ହଟାଇଥିଲେ। ବୁଲା ଗୋରୁଙ୍କ ସମସ୍ୟାର ସମାଧାନ ଲାଗି ଜରୁରୀ ନିର୍ଦେଶ ଦେଇଥିଲେ। ରେଖାଙ୍କ ଏପରି ସକ୍ରିୟତା ରାଜଧାନୀର ଅନେକ ସ୍ଥାନରେ ଦେଖିବାକୁ ମିଳିଥିଲା।

ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ କାରକେଡ ହାଇଦରପୁର ଫ୍ଲାଏଓଭର ଉପରେ ହଠାତ ଅଟକିଥିଲା। ରାସ୍ତା ଉପରେ ବୁଲାଗୋରୁଙ୍କ ଚଳପ୍ରଚଳ ଯୋଗୁ କାରକେଡ ଅଟକି ଯାଇଥିଲା। ମୁଖ୍ୟମନ୍ତ୍ରୀ ହଠାତ ଗାଡ଼ିରୁ ବାହାରି ଚାଲି ଚାଲି ଯାଇଥିଲେ। ତୁରନ୍ତ ସେ ଦାୟିତ୍ଵରେ ଥିବା ଅଧିକାରୀଙ୍କୁ ଫୋନ କରି ରାସ୍ତା ଉପରକୁ କିପରି ବୁଲାଗୋରୁ ଆସିବେ ନାହିଁ ତାହାର ବ୍ୟବସ୍ଥା କରିବାକୁ ନିର୍ଦେଶ ଦେଇଥିଲେ। ଏହା ସହିତ ମେଟ୍ରୋ ପିଲାରରେ ଲାଗିଥିବା ପୋଷ୍ଟରଗୁଡ଼ିକୁ ହଟାଇବାକୁ ନିର୍ଦେଶ ଦେଇଥିଲେ। ସେ କହିଥିଲେ ଯେ, ସରକାରୀ ସମ୍ପତ୍ତି ନଷ୍ଟ କରିବାର ଅଧିକାର କାହାର ନାହିଁ। ମୁଖ୍ୟମନ୍ତ୍ରୀଠାରୁ ଆରମ୍ଭ କରି ସାଧାରଣ ଲୋକ ପର୍ଯ୍ୟନ୍ତ କାହା ନିଟକରେ ଏହି ଅଧିକାର ନାହିଁ। ଦିଲ୍ଲୀକୁ ଅପରିଷ୍କାର ନ କରିବାକୁ ସମସ୍ତଙ୍କୁ ଅନୁରୋଧ କରୁଛି। ମେଟ୍ରୋର ପିଲାର ଦିଲ୍ଲୀର ସୌନ୍ଦର୍ଯ୍ୟ। ଏଠାରେ ହୋର୍ଡିଂ, ପୋଷ୍ଟର, ବ୍ୟାନର ଲଗାଇବା ଅନୁଚିତ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories