କଣ୍ଟାବାଞ୍ଜି : ମହିଳା ସ୍ନାତକ ମହାବିଦ୍ୟାଳୟ କଣ୍ଟାବାଞ୍ଜିରେ ଗତ ୧୭ ମାର୍ଚ୍ଚରୁ ଆଠ ଦିନ ଧରି ଚାଲିଥିବା ଆତ୍ମସୁରକ୍ଷା ଶିବିରର ଉଦଯାପନୀ ଉତ୍ସବ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର ପୁରୋହିତଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି। ଏହି ସଭାରେ ମୁକନ୍ଦିଲାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବରିଷ୍ଠ ଦର୍ଶନ ଶାସ୍ତ୍ର ଅଧ୍ୟାପକ ବଳରାଜ ସିଂଦେଓ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଆତ୍ମ ତାଲିମ ଶିବିରର ମହତ୍ତ୍ଵ ବିଷୟରେ ପୁଙ୍ଗାନୂପୁଙ୍ଗ ଭାବେ ଆଲୋଚନା କରିଥଲେ । ଛାତ୍ର ଜୀବନରେ ଶାରୀରିକ ସୁରକ୍ଷା ତଥା ଆଧୁନିକ ସମାଜରେ ନେତୃତ୍ୱ ନେବାପାଇଁ ଓଡ଼ିଶା ସରକାର ଓ କେନ୍ଦ୍ର ସରକାର କିପରି ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି ଏବଂ ତାକୁ ଛାତ୍ରଛାତ୍ରୀ ତାଙ୍କ ଜୀବନରେ କାର୍ଯ୍ୟକାରୀ କରିପାରିଲେ ଶ୍ରେଷ୍ଠ ଲକ୍ଷ୍ୟକୁ କିପରି ହାସଲ କରାଯାଇପାରିବ, ତା ସମ୍ପର୍କରେ ଆଲୋକପାତ କରିଥଲେ। ନିଜ ଜୀବନରେ ଛାତ୍ର ସମୟରେ ସରକାର ଦ୍ଵାରା ଦିଆଯାଇଥିବା ଯୋଜନାର ସଠିକ୍ କାର୍ଯ୍ୟକାରୀ କରି ଦେଶର ଯୁବ ନେତୃତ୍ୱ ତାଲିମରେ ଶ୍ରେଷ୍ଠ ଆଠଟି ଛାତ୍ରଛାତ୍ରୀ ତାଲିକାରେ କିପରି ହାସଲ କରି ସାତୋଟି ଦେଶର ପରିଭ୍ରମଣ କରି ଜାପାନର ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ ବିଷୟରେ ମଧ୍ୟ ଉଦାହରଣ ଦେଇ ଉପସ୍ଥିତ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥଲେ।
ଏତଦ୍ ବ୍ୟତୀତ ରାଷ୍ଟ୍ରୀୟ ସେବା ସଂସ୍ଥା( ଏନ ଏସ ଏସ )ର ଗୁରୁତ୍ଵ ବିଷୟରେ ଆଲୋଚନା କରିବାକୁ ଯାଇ ଏହା ରାଷ୍ଟ୍ରର ଏକତା ଏବଂ ଅଖଣ୍ଡତାକୁ କିପରି ବଜାୟ ରଖିପାରିଛି ତା ବିଷୟରେ ଉଦବୋଧନ ଦେଇଥିଲେ। ଏହି ସଭାରେ ମହାବିଦ୍ୟାଳୟର ଅଧକ୍ଷ ରାଜେନ୍ଦ୍ର ପୁରୋହିତ ଉଚ୍ଚ ଶିକ୍ଷା ବିଭାଗର ସଚିବ ଅରବିନ୍ଦ ଅଗ୍ରୱାଲଙ୍କ ବିଷୟରେ ଉଦାହରଣ ଦେଇ କଣ୍ଟାବାଞ୍ଜି ଅଞ୍ଚଳ ପାଇଁ ସେ ଯେମିତି ଗର୍ବ ଗୌରବ ଆଣିଛନ୍ତି ସେହିପରି ଭଲ ଅଧ୍ୟୟନ କରିବା ସହିତ ନେତୃତ୍ୱ ସୃଷ୍ଠି ତିଆରି କରୁଥିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାର ସଦୁପଯୋଗ କରି ସମସ୍ତେ ଆମ ମହାବିଦ୍ୟାଳୟ ଓ ଏହି ଅଞ୍ଚଳକୁ ଗୌରବ ଆଣିବାପାଇଁ ଆହ୍ବାନ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ରାଜନୀତି ବିଭାଗର ମୁଖ୍ୟ ଜିତେନ୍ଦ୍ର ସୁନା ପରିଚାଳନା କରିଥିବାବେଳେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥଲେ। ଏହି କାର୍ଯ୍ୟକ୍ରମରେ ଆତ୍ମ ସୁରକ୍ଷା ତାଲିମରେ ଅଂଶ ଗ୍ରହଣ କରିଥିବା ଛାତ୍ରୀମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରି ସମ୍ମାନୀତ କରଯାଇଥିଲା। ବାର୍ଷିକ କ୍ରୀଡ଼ାରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ଜିତିଥିବା ଛାତ୍ରୀମାନଙ୍କୁ ମଧ୍ୟ ଟ୍ରଫି ଓ ସାର୍ଟିଫିକେଟ ପ୍ରଦାନ କରି ସମ୍ମାନୀତ କରଯାଇଥିଲା। ସାତ ଦିନ ଧରି ଚାଲିଥିବା ଆତ୍ମ ସୁରକ୍ଷା ତାଲିମର ଦୁଇଜଣ ପ୍ରଶିକ୍ଷକ ସେନ୍ ସାଇ ଜିତୁ ପୃଷ୍ଠି ଓ ସମ୍ପାଇ ସାରଳା ସାହୁଙ୍କୁ ମଧ୍ୟ ଏହି ଅବସରରେ ମହାବିଦ୍ୟାଳୟର ଅଧକ୍ଷ ଶ୍ରୀ ପୁରୋହିତ ସମ୍ମାନୀତ କରିଥଲେ। ପରିଶେଷରେ ମହାବିଦ୍ୟାଳୟର ଖେଳ ଓ କ୍ରୀଡ଼ା ଶିକ୍ଷକ ରଞ୍ଜୁ ବଞ୍ଛୋର ସମସ୍ତଙ୍କୁ ଧନ୍ୟବାଦ୍ ପ୍ରଦାନ କରି ସଭା ସମାପ୍ତ କରିଥଲେ।



