www.samajalive.in
Saturday, December 6, 2025
16.1 C
Bhubaneswar

ବ୍ୟାଙ୍କକ୍‌ ରାସ୍ତାରେ ପ୍ରସୂତିଙ୍କ ଅସ୍ତ୍ରୋପଚାର, ଶିଶୁ ପୁତ୍ର ଜନ୍ମ

ବ୍ୟାଙ୍କକ୍‌ : ଥାଇଲାଣ୍ଡରେ ଭୂମିକମ୍ପର ପ୍ରଭାବ ପଡିଥିବାବେଳେ ଲୋକେ ଆତଙ୍କିତ ଅବସ୍ଥାରେ ଘରଦ୍ବାର ଛାଡି ରାସ୍ତାକୁ ଚାଲିଆସିଥିଲେ। ଡାକ୍ତରଖାନାଗୁଡିକ ମଧ୍ୟ ଏହି ପ୍ରାକୃତିକ ବିପର୍ଯ୍ୟୟରୁ ବର୍ତ୍ତି ନଥିଲା। ଶୁକ୍ରବାର ଭୂମିକମ୍ପ ହେବା ସମୟରେ ବ୍ୟାଙ୍କକ୍‌ସ୍ଥିତ ଏକ ଡାକ୍ତରଖାନାରେ ପ୍ରସୂତିଙ୍କ ଅସ୍ତ୍ରୋପଚାର ଚାଲିଥିଲା। ତେବେ ଭୂମିକମ୍ପ ହେବାମାତ୍ରେ ଡାକ୍ତରମାନେ ଅସ୍ତ୍ରୋପଚାର କାର୍ଯ୍ୟକୁ ଅଧା ରଖି ପ୍ରସୂତିଙ୍କୁ ରାସ୍ତାକୁ ନେଇଆସିଥିଲେ। ପରବର୍ତ୍ତୀ ସମୟରେ ସଫଳ ଅସ୍ତ୍ରୋପଚାର ପରେ ଉକ୍ତ ମହିଳା ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିବା ଜଣାପଡିଛି। ବର୍ତ୍ତମାନ ମାଆ ଓ ଶିଶୁ ସୁସ୍ଥ ଅଛନ୍ତି ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି। ଏହି ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ପ୍ରସୂତିଙ୍କ ବ୍ୟତୀତ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଅନ୍ୟ ରୋଗୀଙ୍କୁ ବାହାରକୁ ଅଣାଯାଇ ଚିକିତ୍ସା କରାଯାଉଥିବା ଉକ୍ତ ଭିଡିଓରୁ ଜଣାପଡିଛି।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories