କାଲିଠୁ କମିବ ତାତି !

ଭୁବନେଶ୍ବର : ସୋମବାରଠାରୁ ରାଜ୍ୟରେ କମିବ ତାତି। ଆଜି ଗ୍ରୀଷ୍ମ ସାଙ୍ଗକୁ ଉଷ୍ମ ଏବଂ ଆଦ୍ର ସ୍ଥିତି ପାଇଁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ରାଜ୍ୟର ୧୧ ଜିଲ୍ଲା ପାଇଁ ଚେତାବନୀ ଜାରି ହୋଇଛି। ସେସବୁ ଜିଲ୍ଲା ଗୁଡିକ ହେଉଛି ଗଞ୍ଜାମ , ଗଜପତି, ପୁରୀ, ଜଗତସିଂହପୁର, ନୟାଗଡା, ଖୋର୍ଦ୍ଧା , କଟକ , ଯାଜପୁର , ଭଦ୍ରକ , ବାଲେଶ୍ଵର ଏବଂ କେନ୍ଦ୍ରାପଡା । ସେହିଭଳି ୬ ଜିଲ୍ଲା ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ, ସମ୍ବଲପୁର ଏବଂ ଝାରସୁଗୁଡା ଜିଲ୍ଲାକୁ ପ୍ରବଳ ଗ୍ରୀଷ୍ମପ୍ରବାହ ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତାକାଲିଠୁ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ କମିବାର ସମ୍ଭାବନା ରହିଛି। ଏପ୍ରିଲ ୨ ତାରିଖରୁ ପାଗରେ ପରିବର୍ତ୍ତନ ହେବ। କୋରାପୁଟ,ମାଲକାନଗିରି ପରି ଦକ୍ଷିଣ ଓଡ଼ିଶା ଜିଲାକୁ ହାଲୁକା ବର୍ଷା ଏବଂ କାଳବୈଶାଖୀ ରହିଛି ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ରହିଛି।
Comments are closed.