www.samajalive.in
Sunday, December 7, 2025
16.1 C
Bhubaneswar

ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆକ୍ରମଣରେ ‘ସମାଜ’ ଖବରଦାତା ଗୁରୁତର

ବଇଣ୍ଡା : ଆଜି ଦିନ ଦ୍ବିପ୍ରହରରେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆକ୍ରମଣରେ ଦୈନିକ ‘ସମାଜ’ର କିଶୋରନଗର ବ୍ଲକ ଖବରଦାତା ଗୌରଚନ୍ଦ୍ର ସାହୁ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ କିଶୋନଗର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଶନିବାର ଅପରାହ୍ଣ ପ୍ରାୟ ଗୋଟାଏ ସମୟରେ କିଶୋରନଗର ଥାନା ଅନ୍ତର୍ଗତ ଆମ୍ବପାଳ ନିକଟରେ କିଛି ମୁଖାପିନ୍ଧା ଦୁର୍ବୃତ୍ତ ଗୌରଙ୍କୁ ଅଟକାଇ କଟୁରିରେ ଆଖିବୁଜା ଆକ୍ରମଣ କରିବାରୁ ତାଙ୍କ ଡାହାଣ ଗୋଡ ଓ ହାତର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ ଯେ, ବର୍ଷକ ତଳେ ଠିକ୍‌ ଏହି ଜାଗାରେ ଗୌରଙ୍କୁ ଆକ୍ରମଣ ଉଦ୍ୟମ ହୋଇଥିଲା। କିନ୍ତୁ ଦୈବାତ ସେ ବର୍ତ୍ତି ଯାଇଥିଲେ।
ସୂଚନା ମୁତାବକ ସାମ୍ବାଦିକ ଗୌରଚନ୍ଦ୍ର ସାହୁ  ‘ସମାଜ’ ଖବର ସଂଗ୍ରହ ଓ ବିତରଣ କାମ ସାରି ନିଜ ବାଇକ ଯୋଗେ ଆମ୍ବପାଳରୁ ବାମୁର ଅଭିମୁଖେ ଯାଉଥିଲେ। ଦିନ ପ୍ରାୟ ଗୋଟାଏ ବେଳେ ପଛରୁ ଏକ କଳା ରଙ୍ଗର ପଲସର ଗାଡିରେ ୨ ଜଣ ମୁଖାପିନ୍ଧା  ଯୁବକ ତାଙ୍କୁ ପିଛା କରି ଗାଳିଗୁଲଜ କରିଥିଲେ। ​‌ପଛରୁ ଅନୁସରଣ କରୁଥିବା ଦୁଇ ଦୁର୍ବୃତ୍ତ ଗୌରଙ୍କୁ ଆମ୍ବପାଳ ନିକଟରେ ଓଭରଟେକ କରି ତାଙ୍କ ଗାଡି ଆଗରେ ଛିଡା ହୋଇଯାଇଥିଲେ। ପଲସର ବାଇକର ଚାଳକ ଗୌରଙ୍କ ଗାଡିର ଚାବି ନେଇଯାଇ ଯାହାକିଛି ଟଙ୍କା ଧରିଛି ଦେଇଦେବାକୁ ଧମକଚମକ ଦେବା ସହ ଗାଳିଗୁଲଜ କରିଥିଲେ। ତାଙ୍କ ନିକଟରେ କିଛି ଟଙ୍କା ନାହିଁ ବୋଲି ଗୌର କହିବା କ୍ଷଣି ପଲସର ବାଇକର ପଛରେ ବସିଥିବା ଆଉଜଣେ ମୁଖାପିନ୍ଧା ଦୁର୍ବୃତ୍ତ ଅତର୍କିତ ଭାବେ ଏକ କଟୁରି ବାହାର କରି ଆକ୍ରମଣ କରିଥିଲେ। ଗୌର ନିଜକୁ ବଞ୍ଚାଇବା ପାଇଁ ଉଦ୍ୟମ କରିଥିଲେ ହେଁ ଦୁର୍ବୃତ୍ତଙ୍କ କଟୁରି ମାଡ଼ରେ ଲହୁଲୁହାଣ ହୋଇ ତଳେ ପଡି ଯାଇଥିଲେ। ପ୍ରଥମେ ଗୌରଙ୍କ ଡାହାଣ ଗୋଡ଼ର ବିଭିନ୍ନ ସ୍ଥାନକୁ ଚୋଟ ପରେ ଚୋଟ ପକାଇଥିଲେ। ପରେ ହାତର ବିଭିନ୍ନ ସ୍ଥାନକୁ ହାଣି ପକାଇଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗୌର ତଳେ ପଡି ଛଟପଟ ହେଉଥିବା ଦେବେଳ ଦୁଇ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଅଞ୍ଚଳବାସୀ ଉଦ୍ଧାର କରି କିଶୋରନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଖବର ପାଇ କିଶୋରନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ତନାଘନା କରିଛନ୍ତି। ବାମୁର ଓ କିଶୋରନଗର ଅଞ୍ଚଳବାସୀ ସହ କିଶୋରନଗର ଥାନା ପୁଲିସ ଦୁର୍ବୃତ୍ତଙ୍କ ପିଛା କରିଥିଲେ ମଧ୍ୟ ସେମାନଙ୍କ ପତ୍ତା ପାଇପାରିନଥିଲେ। କିଶୋରନଗର ଅଞ୍ଚଳରେ ଏଭଳି ଦିନ ଦ୍ବିପ୍ରହରରେ ଆକ୍ରମଣମକୁ ନେଇ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। ସିସିଟିଭି ଯାଞ୍ଚ ସହ ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇଛି ବୋଲି କିଶୋରନଗର ଥାନା ଅଧିକାରୀ ବିଭୂତି ପ୍ରଧାନ କହିଛନ୍ତି। କାହା ସହିତ ତାଙ୍କର ତିକ୍ତତା ବା ମନୋମାଳିନ୍ୟ ନଥିଲା ବୋଲି ଗୌର କହିଛନ୍ତି। ଠିକ୍‌ ବର୍ଷକ ତଳେ ଠିକ ଏହି ଜାଗାରେ ଗୌରଙ୍କୁ ଆକ୍ରମଣ ଉଦ୍ୟମ ହୋଇଥିଲା। ଏହାର ପାଞ୍ଚବର୍ଷ ତଳେ ଅନ୍ୟ ଏକ ସ୍ଥାନରେ ତାଙ୍କ ଉପରକୁ ଆକ୍ରମଣ ହୋଇଥିଲା।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories