ବରଗଡ : ବରଗଡରେ ବୁଲିଲା ବୁଲଡୋଜର, ମାଟିରେ ମିଶିଲା କୋଠା। ଲେଙ୍ଗୁ ମିଶ୍ର ଛକରୁ ଅମ୍ବାପାଲି ଛକ ଯାଏ ଜବରଦଖଲ ଉଚ୍ଛେଦ କରାଯାଉଛି। ପୌର ପ୍ରଶାସନ ପକ୍ଷରୁ ଜବରଦଖଲରେ ଥିବା ଦୋକାନ ଏବଂ ଘର ଗୁଡିକୁ ଭଙ୍ଗା ଯାଉଛି। ଉଚ୍ଛେଦ କାର୍ଯ୍ୟ ପାଇଁ ସ୍ଥାନୀୟ ଅଞ୍ଚଳରେ ବିଏନଏସଏସ୍ ୧୬୩ ଜାରି କରାଯାଇଛି। ଘଟଣାସ୍ଥଳରେ ମାଜିଷ୍ଟ୍ରେଟ୍ ଏବଂ ପୌର ପ୍ରଶାସନ ଉପସ୍ଥିତ ରହିବା ସହ ୧୨୦ ପୁଲିସ୍ ମୁତୟନ ହୋଇଛନ୍ତି। ଦୀର୍ଘ ଦିନ ଧରି ରାସ୍ତାକୁ ଅବରୋଧ କରି ଜବରଦଖଲ ହୋଇଥିବା ନେଇ ଅଭିଯୋଗ ହେଉଥିଲା।
Popular Categories



