www.samajalive.in
Saturday, December 13, 2025
26.1 C
Bhubaneswar

ଶାହାଙ୍କ ବିରୋଧରେ ସ୍ଵାଧିକାର ପ୍ରସ୍ତାବ ଆଣିଲା କଂଗ୍ରେସ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ କଂଗ୍ରେସ ବୁଧବାର ସଂସଦରେ ସ୍ଵାଧିକାର ପ୍ରସ୍ତାବ ଆଗତ କରିଛି। କେନ୍ଦ୍ରମନ୍ତ୍ରୀ ଶାହା ସାଂସଦ ସୋନିଆ ଗାନ୍ଧୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେବା ଏବଂ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କ ସମ୍ମାନ ହାନି କରିଥିବା ଅଭିଯୋଗ କରି କଂଗ୍ରେସ ପକ୍ଷରୁ ଏହି ପ୍ରସ୍ତାବ ଆଗତ କରାଯାଇଛି।

କଂଗ୍ରେସ ସାଂସଦ ଜୟରାମ ରମେଶ କହିଛନ୍ତି ଯେ, ରାଜ୍ୟସଭାରେ ବିପର୍ଯ୍ୟୟ ପରିଚାଳନା ବିଲ୍‌ ୨୦୨୪ ସମ୍ପର୍କରେ ଉଦବୋଧନ ଦେବା ସମୟରେ ଶାହା ଦେଇଥିବା ମନ୍ତବ୍ୟ ମିଥ୍ୟା ଏବଂ ଅପମାନଜନକ। ବିଲ୍‌ ସମ୍ପର୍କରେ ଆଲୋଚନା ସମୟରେ ଶାହା କହିଥିଲେ ଉପା ସରକାର ସମୟରେ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫି ପାଣ୍ଠି ଗୋଟିଏ ପରିବାରର ନିୟନ୍ତ୍ରଣାଧୀନ ଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରରେ ପିଏମ କେୟାର ପାଣ୍ଠିରେ କିନ୍ତୁ ସେପରି ହୋଇନାହିଁ। କଂଗ୍ରେସ ସରକାର ସମୟରେ ରିଲିଫ ପାଣ୍ଠିର ନିୟନ୍ତ୍ରଣ କଂଗ୍ରେସ ଅଧ୍ୟକ୍ଷଙ୍କ ଅଧୀନରେ ହିଁ ରହିଥିଲା। ଶାହାଙ୍କ ଏପରି ମନ୍ତବ୍ୟ ସୋନିଆଙ୍କ ପ୍ରତି ଅପମାନ ବୋଲି ଜୟରାମ ଅଭିଯୋଗ କରିଛନ୍ତି।

- Advertisement -

ସ୍ଵାଧିକାର ପ୍ରସ୍ତାବରେ ଜୟରାମ ଅଭିଯୋଗ କରି କହିଛନ୍ତି ଯେ, ଗୃହର ଜଣେ ସଦସ୍ୟଙ୍କ ପ୍ରତି ଶାହାଙ୍କ ଅପମାନଜନକ ମନ୍ତବ୍ୟ ସ୍ଵାଧିକାର ଭଙ୍ଗ କରିଛି ଏବଂ ଗୃହର ମର୍ଯ୍ୟାଦା ହାନି କରିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories