ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସୁନ୍ଦରଗଡ଼ ଜିଲା କୁତ୍ରା ତହସିଲ କାର୍ଯ୍ୟାଳୟର ଅମିନ ଶିଶିର କୁମାର ନାଏକ.. ଜମି ପଟ୍ଟାର ନକ୍ସା ତିଆରି ପାଇଁ ଜଣେ ହିତାଧିକାରୀଙ୍କଠାରୁ ୬ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ..
ବିଧାନସଭା ପରିସର ପାଲଟିଲା ରଣକ୍ଷେତ୍ର.. ବ୍ୟାରିକେଡ୍ ଭାଙ୍ଗିଲେ କଂଗ୍ରେସ ଓ ବିଜେଡି ବିଧାୟକ.. ସେପଟେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଏବଂ ରମେଶ ଜେନା ନିଲମ୍ବିତ.. ବିଶୃଙ୍ଖଳିତ ଆଚରଣ ପାଇଁ ଉଭୟ ବିଧାୟକଙ୍କୁ ୭ ଦିନ ପାଇଁ ଗୃହରୁ ନିଲମ୍ବନ କଲେ ବାଚସ୍ପତି..
ଛତିଶଗଡ଼ର ସୁକମା ଜିଲାରେ ୯ ମାଓବାଦୀଙ୍କ ଆତ୍ମସମର୍ପଣ.. ସେମାନଙ୍କ ନାମରେ ଘୋଷଣା ହୋଇଥିଲା ୨୬ ଲକ୍ଷ ଟଙ୍କାର ସାମୂହିକ ପୁରସ୍କାର.. ସୂଚନା ଦେଲେ ସୁକମା ପୁଲିସ ଅଧିକ୍ଷକ କିରଣ ଚଭନ..
ଖୋର୍ଦ୍ଧା ଜଟଣୀ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ ଗିରଫ.. ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ଚଢାଉ କରିଥିଲା ଭିଜିଲାନ୍ସ..
ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭୂପେଶ ବଘେଲଙ୍କ ବାସଭବନରେ ସିବିଆଇ ଚଢାଉ.. ମହାଦେବ ବେଟିଂ ଆପ୍ ଦୁର୍ନୀତି ମାମଲାରେ ଚଢାଉ ହୋଇଥିବା ସୂଚନା..
ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ହରିଶ୍ ଟଣ୍ଡନ୍.. ବିଧିବଦ୍ଧ ଭାବେ ଶପଥ ପାଠ କରାଇଲେ ରାଜ୍ୟପାଳ ହରିବାବୁ କମ୍ଭମପତି..



